ଓଡ଼ିଶା 365 (ବ୍ୟୁରୋ) : କଂଗ୍ରେସର ଅର୍ଥ ହେଉଛି ଦୂର୍ନୀତି, ନିର୍ଯାତନା, ଲୁଟ ଓ ଖରାପ ସରକାର । ରାଜସ୍ଥାନ ଆଗରୁ ଏକ ଶାନ୍ତିପ୍ରିୟ ରାଜ୍ୟ ଭାବେ ଜଣା ଯାଉଥିଲା । ଏବେ କିନ୍ତୁ ଦୁଷ୍କର୍ମ ଓ ନାରୀ ନିର୍ଯାତନା ପାଇଁ ଜଣାଯାଉଛି । ରାଜସ୍ଥାନର ମାଧୋପୁରରେ ପରିବର୍ତ୍ତନ ସଂକଳ୍ପ ଯାତ୍ରାର ଯୋଗଦେଇ ଏଭଳି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି । ଜେପି ନଡ୍ଡା କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି,ରାଜସ୍ଥାନ ପୂର୍ବରୁ ଶାନ୍ତି ପ୍ରିୟ ଓ ଲୋକଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ରାଜ୍ୟ ଭାବେ ଜଣା ଯାଉଥିଲା । କିନ୍ତୁ ବର୍ତ୍ତମାନ ଦୁଷ୍କର୍ମ ଓ ନାରୀ ନିର୍ଯାତନା ପାଇଁ ଜଣାଯାଉଛି । କାରଣ କଂଗ୍ରେସ ସରକାର ଜନତାଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛି । କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ଜେପି ନଡ୍ଡା । କାର୍ଯ୍ୟକ୍ରମରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ସାମିଲ ଥିଲେ ।