ଓଡ଼ିଶା 365 (ବ୍ୟୁରୋ) : ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ଜିଏସଟି ସଂଗ୍ରହରେ ଜାରି ରହିଛି ଉତ୍ସାହ ଜନକ ପ୍ରଦର୍ଶନ । ଚଳିତ ଆର୍ଥିକ ବର୍ଷର ସମସ୍ତ ମାସରେ ଜିଏସଟି ସଂଗ୍ରହ ବଢି ବଢି ଚାଲିଛି । ଗତ ଏପ୍ରିଲ ମାସରେ ଜିଏସଟି ସଂଗ୍ରହ ୧.୮୭ ଲକ୍ଷ କୋଟି ଥିବାବେଳେ, ଏହା ଜିଏସଟି ସଂଗ୍ରହରେ ସର୍ବକାଳୀନ ରେକର୍ଡ । ଗତ ଅଗଷ୍ଟ ମାସରେ ଜିଏସଟି ସଂଗ୍ରହ ୧.୫୯ ଲକ୍ଷ କୋଟି ହୋଇଛି । ଦେଶର ଅର୍ଥନୀତିକୁ ନେଇ ଆସିବାରେ ଲାଗିଛି ଭଲ ଖବର । ପ୍ରଥମ ତ୍ରୈମାସିକ ଅର୍ଥାତ ଏପ୍ରିଲ-ଜୁନରେ ଦେଶର ଜିଡିପି ୭.୮% କୁ ବୃଦ୍ଧି ପାଇଛି। ପୂର୍ବ ଆର୍ଥିକ ବର୍ଷର ୪ର୍ଥ କ୍ବାର୍ଟରରେ ଅଭିବୃଦ୍ଧି ହାର ୬.୧% ଥିଲା। ଯାହାର ଦେଶର ଅର୍ଥନୀତି ପାଇଁ ବଡ ଖବର । ଏହାରି ଭିତରେ ଆଜି ଜିଏସଟି ସଂଗ୍ରହକୁ ନେଇ ଆସିଛି ବଡ ଖବର । ଗତ ଅଗଷ୍ଟ ମାସରେ ରେକର୍ଡ ଭାଙ୍ଗିଛି ଜିଏସଟି ସଂଗ୍ରହ ।
ଜିଏସଟି ସଂଗ୍ରହରେ ୧୧ ପ୍ରତିଶତ ବୃଦ୍ଧି ପାଇ ଅଗଷ୍ଟ ମାସରେ ୧.୫୯ ଲକ୍ଷ କୋଟି ରାଜସ୍ବ ସଂଗ୍ରହ ହୋଇଛି । ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ଜିଏସଟି ସଂଗ୍ରହରେ ଜାରି ରହିଛି ଉତ୍ସାହ ଜନକ ପ୍ରଦର୍ଶନ । ଚଳିତ ଆର୍ଥିକ ବର୍ଷର ସମସ୍ତ ମାସରେ ଜିଏସଟି ସଂଗ୍ରହ ବଢି ବଢି ଚାଲିଛି । ଗତ ଏପ୍ରିଲ ମାସରେ ଜିଏସଟି ସଂଗ୍ରହ ୧.୮୭ ଲକ୍ଷ କୋଟି ଥିବାବେଳେ, ଏହା ଜିଏସଟି ସଂଗ୍ରହରେ ସର୍ବକାଳୀନ ରେକର୍ଡ । ଗତ ଅଗଷ୍ଟ ମାସରେ ଜିଏସଟି ସଂଗ୍ରହ ୧.୫୯ ଲକ୍ଷ କୋଟି ହୋଇଛି । ଏନେଇ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।