ଓଡ଼ିଶା 365 (ବ୍ୟୁରୋ) : ରାଜଧାନୀ ଦିଲ୍ଲୀରେ ଆସନ୍ତା ୯ ତାରିଖରୁ ଜି -୨୦ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି । ଏହି ସମ୍ମିଳନୀରେ ଯୋଗଦେବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆସନ୍ତା ୭ ତାରିଖରେ ଭାରତ ଗସ୍ତରେ ଆସିବେ । ଆମେରିକାର ରାଷ୍ଟ୍ରପତି ହେବା ପରେ ବାଇଡେନ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତି ବାଇଡେନ ଭାରତ ଆସିବା ପରେ ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ତେବେ ବାଇଡେନ ଭାରତ ଆସିବା କଥା ହ୍ବାଇଟ ହାଉସ ଏକ ବିବୃତ୍ତି ଜାରି କରି ସ୍ପଷ୍ଟ କରିଛି । ଆମେରିକା ସମେତ ବିଭିନ୍ନ ଦେଶର ବହୁ ବରିଷ୍ଠ ନେତା ଏହି ସମ୍ମିଳନୀରେ ଯୋଗଦେବେ । ତେବେ ସମସ୍ତଙ୍କୁ ମଧ୍ୟ ସ୍ବାଗତ କରିବାକୁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଆସନ୍ତା ୯ ଏବ ୧୦ ସେପ୍ଟେମ୍ବରରେ ୧୮ ତମ ଜି-୨୦ ଶିଖର ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତା କରିବେ । ଆସନ୍ତା ଜି-୨୦ ବୈଠକକୁ ସୃଙ୍ଖଳିତ ଭାବରେ ସଫଳ କରିବା ପାଇଁ କେନ୍ଦ୍ର ସରକାର ଏନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।