ଓଡ଼ିଶା 365 (ବ୍ୟୁରୋ): ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ସେପ୍ଟେମ୍ବର୨,୧୧ଟା୫୦ମିନଟରେ ପିଏସଏଲଭିସି-୫୭ ଜରିଆରେ ଲଂଚ ହୋଇଛି ଆଦିତ୍ୟ ଏଲ-୧। ଉତଷେପଣର ଠିକ୍ ୧୨୫ ଦିନ ପରେ ଏହା ଏହାର ବିନ୍ଦୁ ଏଲ୍-୧ରେ ପହଞ୍ଚିବ। ଏହି ସ୍ଥାନରେ ପହଞ୍ଚିବା ପରେ ଆଦିତ୍ୟ-ଏଲ-୧ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଇବା ଆରମ୍ଭ କରିବ । ଚନ୍ଦ୍ର ପରେ ସୂର୍ଯ୍ୟରେ ତଥ୍ୟ ସଂଗ୍ରହ ପାଇଁ ହୋଇଛି ମିଶନ୍ ସୂର୍ଯ୍ୟର ଶୁଭାରମ୍ଭ ।ଚନ୍ଦ୍ରଯାନ-୩ର ସଫଳତା ପରେ ଆଉ ପାଦେ ଆଗେଇଛି ଇସ୍ରୋ। ସୂର୍ଯ୍ୟ ଦଖଲ ପାଇଁ ଆରମ୍ଭ କଲା ଅଭିଯାନ। ହେଲେ ଆପଣ ଜାଣନ୍ତି କି ସୂର୍ଯ୍ୟ ଅଭିମୁଖେ ଯାଇଥିବା ଆଦିତ୍ୟର ଲାଗରେଞ୍ଜ ପଏଣ୍ଟ କ’ଣ ?
ଜାଣନ୍ତୁ.. କାହିଁକି ବଛାଗଲା ଏଲ-୧ ପଏଣ୍ଟ ?
ହାଲୋଅର୍ବିଟ୍ ଲାଗରେଞ୍ଜ ପଏଣ୍ଟ-୧ରେ ରହିବ ଆଦିତ୍ୟ । ଏଠାରେ ସୂର୍ଯ୍ୟ ଓ ପୃଥିବୀର ଆକର୍ଷଣ ଶକ୍ତି ସମାନ । ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ପ୍ରତ୍ୟେକ ଜିନିଷକୁ ନିଜ ଆଡକୁ ଟାଣେ, ସୂର୍ଯ୍ୟର ମହାକର୍ଷଣ ଶକ୍ତି ମଧ୍ୟ ଯେକୌଣସି ବସ୍ତୁକୁ ଟାଣିଥାଏ ବୋଲି ଆପଣ ମାନେ ଜାଣିଛନ୍ତି । କିନ୍ତୁ ଲାଗରେଞ୍ଜ ପଏଣ୍ଟରେ ଉଭୟ ଶକ୍ତି ସମାନୁପାତରେ ରହିଛି। ପୃଥିବୀ ଠାରୁ ଏହାର ଦୂରତା ୧୫ ଲକ୍ଷ କିଲୋମିଟର । ସେହିପରି ସୂର୍ଯ୍ୟଠାରୁ ୧୪ କୋଟି ୮୫ ଲକ୍ଷ କିମି ଦୂରରେ ରହିଛି।ଏହିଠାରେ ରହି ସୂର୍ଯ୍ୟକୁ ଅନୁଧ୍ୟାନ କରିବ ଆଦିତ୍ୟ। ସୂର୍ଯ୍ୟ ପରାଗ ସମୟରେ ମଧ୍ୟ ଏଠାରୁ ସୂର୍ଯ୍ୟକୁ ଦେଖିପାରିବ ଆଦିତ୍ୟ।୨୪ ଘଣ୍ଟା ସୂର୍ଯ୍ୟ ଉପରେ ନଜର ରଖିବ ଭାରତର ସାଟେଲାଇଟ୍। ପୃଥିବୀଠୁ ସୂର୍ଯ୍ୟ ପ୍ରାୟ ୧୫ କୋଟି କିଲୋମିଟର ଦୂରରେ ଥିବା ବେଳେ ଏହାର ଶହେ ଭାଗରୁ ୧ ଭାଗ ଦୂରତା ଅତିକ୍ରମ କରିବ ଆଦିତ୍ୟଏଲ -୧। ଅର୍ଥାତ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରତାରେ ରହି ସୂର୍ଯ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଇସ୍ରୋ ଲକ୍ଷ୍ୟ ରଖିଛି।
ଇସ୍ରୋ ପକ୍ଷରୁ ଆଦିତ୍ୟ ଏଲ-୧ ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଆର୍ଥ-ସନ୍ ସିଷ୍ଟମର ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ୍ ବା ଏଲ-୧ର ଏକ ହାଲୋ ଅର୍ବିଟରେ ଅବସ୍ଥାପିତ ହେବ। ସେଠାକୁ ଯିବା ପାଇଁ ପ୍ରାୟ ୪ ମାସ ସମୟ ଲାଗିବ। ଏହି ସ୍ଥାନରେ ପୃଥିବୀ ଓ ସୂର୍ଯ୍ୟର ଚୁମ୍ବକୀୟ ଶକ୍ତି ପ୍ରାୟ ସମାନ। ତେଣୁ ସେଠାରେ କୌଣସି ବସ୍ତୁ ଅବସ୍ଥାପିତ ହେଲେ, ତାହା ସେହି ସ୍ଥାନରେ ହିଁ କାର୍ୟ୍ୟକ୍ଷମ ହେବ। ସେଠାରେ ପରାଗ ବା ଗ୍ରହଣର କୌଣସି ପ୍ରଭାବ ପଡ଼ୁନଥିବାରୁ ନିରବଚ୍ଛିନ୍ନ ଭାବେ ସୂର୍ଯ୍ୟ ଉପରେ ଗବେଷଣା ଜାରି ରଖିବ ଏହି ମିଶନ୍।ସୌର ପୃଷ୍ଠରେ ହେଉଥିବା ପରିବର୍ତ୍ତନ, ସୌରଝଡ଼ ବିକିରଣ ଓ କଣିକା ଉପରେ ଅଧ୍ୟୟନ କରିବା ଆଦିତ୍ୟ ଏଲ ଓ୍ବାନ୍, ଆଦିତ୍ୟ ଏଲ-୧ରେ ୭ଟି ପେଲୋଡ ରହିଛି । ସେଥି ମଧ୍ୟରୁ ଏହି ଚାରିଟି ପେଲୋଡ ସିଧାସଳଖ ସୂର୍ଯ୍ୟଙ୍କୁ ନିରୀକ୍ଷଣ କରିବ । ଅବଶିଷ୍ଟ ତିନିଟି ଏଲ-୧ ପଏଣ୍ଟରେ କଣିକା ଏବଂ କ୍ଷେତ୍ରର ଇନ୍-ସିଟ୍ ଅଧ୍ୟୟନ କରିବ। ସଫଳ ହେବ ଭାରତର ସୂର୍ଯ୍ୟ ମିଶନ୍।