ଓଡ଼ିଶା 365 (ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ ବଢିଚାଲିଛି ବାଉନସୁଗର କାରବାର୍। ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ ଓ ଏସଟିଏଫର ଘନଘନ ଚଢାଉ ସତ୍ତ୍ୱେ ବି ରାଜ୍ୟରେ ବେଧଡ଼କ ଚାଲିଛି ଧଳା ଜହରର କାରବାର୍। ଏହି କ୍ରମରେ କାଲି ପିପିଲି ଟୋଲଗେଟ୍ ନିକଟରୁ ୧କିଲୋ ୮୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍। ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ୍। ତେବେ ଜବତ ବାଉନସୁଗରର ଆନୁମାନିକ ମୂଳ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଗତକାଲି ସନ୍ଧ୍ୟା ବେଳେ ଏସଟିଏଫର ଏକ ଟିମ୍ ଉତ୍ତର-ପିପଲି ନିକଟରେ ଚଢଉ କରିଥିଲା। ଘଟଣାସ୍ଥଳରୁ ୧କିଲୋ ୮୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଥିଲା ଏବଂ ଦୁଇଜଣ ଡ୍ରଗ୍ ବେପାରୀଙ୍କୁ ଧରିଥିଲା ଏସଟିଏଫ। ଦୁଇ ଅଭିଯୁକ୍ତ ହେଲେ ପିପିଲିର ଲିପୁନ୍ ପାଣ୍ଡେ ଏବଂ ଖୋର୍ଦ୍ଧା ଜିଲ୍ଲା ସାରଦାପୁର ମସଜିଦ ଗଳିର ଏସ କେ ଅବ୍ବାଶ। ଏହାଛଡ଼ା ଉଭୟଙ୍କ ପାଖରୁ ଅନ୍ୟାନ୍ୟ ଅପରାଧୀ ସାମଗ୍ରୀ ଉଦ୍ଧାର କରାଯାଇ ଜବତ କରାଯାଇଛି। ଉଭୟଙ୍କୁ ଆଜି କୋର୍ଟଚାଲାଣ କରାଯିବ। ୨୦୨୦ରୁ ଏଯାଏ ଏସଟିଏଫ୍ ୭୨କିଲୋରୁ ଅଧିକ ବ୍ରାଉନସୁଗାର ଜବତ କଲାଣି।