ଓଡ଼ିଶା 365 (ବ୍ୟୁରୋ) : ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଛି। ଶିଖର ସମ୍ମିଳନୀର ସୁରକ୍ଷା ପାଇଁ ୧ ଲକ୍ଷରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ହେବେ । ବଡ଼ କଥା ହେଉଛି ସୁରକ୍ଷାକର୍ମୀ ମାନେ ୟୁନିଫର୍ମରେ ଦେଖାଯିବେ ନାହିଁ ବରଂ ନୀଳ ରଙ୍ଗର ସଫାରି ଶୁଟରେ ଦେଖାଯିବେ। ଏନେଇ ଦିଲ୍ଲୀ ପଲିସ ସୂଚନା ଦେଇଛି । ସୁରକ୍ଷାକର୍ମୀଙ୍କ ମଧ୍ୟରେ ପାରାମିଲିଟାରୀ ଫୋର୍ସ, ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ ରହିଛନ୍ତି । ଜି -୨୦ ଶିଖର ସମ୍ମିଳନୀର ସୁରକ୍ଷା ପାଇଁ ମାସ ମାସ ଧରି ପ୍ରସ୍ତୁତ ହେଇଛନ୍ତି ସୁରକ୍ଷାକର୍ମୀ । ଆସନ୍ତା ଜି-୨୦ ବୈଠକକୁ ସୃଙ୍ଖଳିତ ଭାବରେ ସଫଳ କରିବା ପାଇଁ କେନ୍ଦ୍ର ସରକାର ଏନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ୯ ଏବ ୧୦ ସେପ୍ଟେମ୍ବରରେ ୧୮ ତମ ଜି-୨୦ ଶିଖର ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତା କରିବେ । ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀରେ ଅନେକ ନୀୟମ ପରିବର୍ତ୍ତନ ହୋଇଛି ।