ଓଡ଼ିଶା 365 (ବ୍ୟୁରୋ): ରାଜଧାନୀ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଦିଲ୍ଲୀରେ ସମସ୍ତ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରୁଛି ପୁଲିସ । ବିଭିନ୍ନ ସ୍ଥାନ ବୁଲି ଟାଫିକ ବ୍ୟବସ୍ଥା ଯାଂଚ କରୁଛି ପୁଲିସ । ସେହିପରି ଟ୍ରାଫିକ ନିଯନ୍ତ୍ରଣ ପାଇଁ ହୋଇଥିବା ବ୍ୟବସ୍ଥାର ଅନୁଧ୍ୟାନ କରାଯାଉଛି । ଶୁକ୍ରବାର ଡ୍ରୋନ ମାଧ୍ୟମରେ ଦିଲ୍ଲୀର ସମସ୍ତ ଅଂଚଳକୁ ସର୍ଭେ କରାଯାଇଥିଲା । ଆସନ୍ତା ଜି-୨୦ ବୈଠକକୁ ସୃଙ୍ଖଳିତ ଭାବରେ ସଫଳ କରିବା ପାଇଁ କେନ୍ଦ୍ର ସରକାର ଏନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ୯ ଏବ ୧୦ ସେପ୍ଟେମ୍ବରରେ ୧୮ ତମ ଜି-୨୦ ଶିଖର ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତା କରିବେ । ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀରେ ଅନେକ ନୀୟମ ପରିବର୍ତ୍ତନ ହୋଇଛି ।