ଓଡ଼ିଶା 365 (ବ୍ୟୁରୋ): ଚନ୍ଦ୍ରଯାନ-୩ର ସଫଳତା ପରେ ଆଉ ପାଦେ ଆଗେଇଲା ଇସ୍ରୋ। ସୂର୍ଯ୍ୟ ଦଖଲ ପାଇଁ ଆରମ୍ଭ କଲା ଅଭିଯାନ। ଅନ୍ତରୀକ୍ଷରେ ପୁଣି ଇତିହାସ ରଚିଲା ଭାରତ। ଚନ୍ଦ୍ର ପରେ ସୂର୍ଯ୍ୟରେ ତଥ୍ୟ ସଂଗ୍ରହ ପାଇଁ ହୋଇଛି ମିଶନ୍ ସୂର୍ଯ୍ୟର ଶୁଭାରମ୍ଭ। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ସେପ୍ଟେମ୍ବର୨,୧୧ଟା୫୦ମିନଟରେ ପିଏସଏଲଭିସି-୫-୭ ଜରିଆରେ ଲଂଚ ହୋଇଛି ଆଦିତ୍ୟ ଏଲ-୧। ଉତଷେପଣର ଠିକ୍ ୧୨୫ ଦିନ ପରେ ଏହା ଏହାର ବିନ୍ଦୁ ଏଲ୍-୧ରେ ପହଞ୍ଚିବ। ଏହି ସ୍ଥାନରେ ପହଞ୍ଚିବା ପରେ ଆଦିତ୍ୟ-ଏଲ-୧ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଇବା ଆରମ୍ଭ କରିବ । ପୃଥିବୀଠୁ ସୂର୍ଯ୍ୟ ପ୍ରାୟ ୧୫ କୋଟି କିଲୋମିଟର ଦୂରରେ ଥିବା ବେଳେ ଏହାର ଶହେ ଭାଗରୁ ୧ ଭାଗ ଦୂରତା ଅତିକ୍ରମ କରିବ ଆଦିତ୍ୟ ଏଲ -୧। ଅର୍ଥାତ ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରତାରେ ରହି ସୂର୍ଯ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଇସ୍ରୋ ଲକ୍ଷ୍ୟ ରଖିଛି। ଇସ୍ରୋ ପକ୍ଷରୁ ଆଦିତ୍ୟ ଏଲ-୧ ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଆର୍ଥ-ସନ୍ ସିଷ୍ଟମର ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ୍ ବା ଏଲ-୧ର ଏକ ହାଲୋ ଅର୍ବିଟରେ ଅବସ୍ଥାପିତ ହେବ। ସେଠାକୁ ଯିବା ପାଇଁ ପ୍ରାୟ ୪ ମାସ ସମୟ ଲାଗିବ। ଏହି ସ୍ଥାନରେ ପୃଥିବୀ ଓ ସୂର୍ଯ୍ୟର ଚୁମ୍ବକୀୟ ଶକ୍ତି ପ୍ରାୟ ସମାନ।
ତେଣୁ ସେଠାରେ କୌଣସି ବସ୍ତୁ ଅବସ୍ଥାପିତ ହେଲେ, ତାହା ସେହି ସ୍ଥାନରେ ହିଁ କାର୍ୟ୍ୟକ୍ଷମ ହେବ। ସେଠାରେ ପରାଗ ବା ଗ୍ରହଣର କୌଣସି ପ୍ରଭାବ ପଡ଼ୁନଥିବାରୁ ନିରବଚ୍ଛିନ୍ନ ଭାବେ ସୂର୍ୟ୍ୟ ଉପରେ ଗବେଷଣା ଜାରି ରଖିବ ଏହି ମିଶନ୍। ଏଥିରେ ମୋଟ ୭ଟି ପେ’ଲୋଡ୍ ବା ଯନ୍ତ୍ର ଥିବା ବେଳେ ସେଥିରୁ ୪ଟି ସିଧାସଳଖ ସୂର୍ଯ୍ୟ ଆଡ଼କୁ ରହିଛି। ସୂର୍ଯ୍ୟର ବିଭିନ୍ନ ସ୍ତର, ଚୁମ୍ବକୀୟ କ୍ଷେତ୍ର ଓ ସେଠାରୁ ପୃଥିବୀ ଆଡ଼କୁ ଆସୁଥିବା ଚାର୍ଜ କଣିକା ଗୁଡ଼ିକ ସଂପର୍କରେ ତଥ୍ୟ ସଂଗ୍ରହ କରିବା ଏହି ମିଶନର ଲକ୍ଷ୍ୟ ରହିଛି। ସୌର ପୃଷ୍ଠରେ ହେଉଥିବା ପରିବର୍ତ୍ତନ, ସୌରଝଡ଼ ବିକିରଣ ଓ କଣିକା ଉପରେ ଅଧ୍ୟୟନ କରିବ ଆଦିତ୍ୟ ଏଲ ଓ୍ବାନ୍, ଆଦିତ୍ୟ ଏଲ-୧ରେ ୭ଟି ପେଲୋଡ ରହିଛି । ସେଥି ମଧ୍ୟରୁ ଏହି ଚାରିଟି ପେଲୋଡ ସିଧାସଳଖ ସୂର୍ୟ୍ୟଙ୍କୁ ନିରୀକ୍ଷଣ କରିବ । ଅବଶିଷ୍ଟ ତିନିଟି ଏଲ-୧ ପଏଣ୍ଟରେ କଣିକା ଏବଂ କ୍ଷେତ୍ରର ଇନ୍-ସିଟ୍ ଅଧ୍ୟୟନ କରାଯିବ । ଆଦିତ୍ୟ ଏଲ ଓ୍ବାନ ଉପରେ ରହିଛି ସାରା ବିଶ୍ୱର ନଜର ।