ଓଡ଼ିଶା 365 (ବ୍ୟୁରୋ): ଅପେକ୍ଷା କେଇଘଣ୍ଟାର, ଏସିଆ କପରେ ଆରମ୍ଭ ହୋଇଯିବ ହାଇଭୋଲଟେଜ ମ୍ୟାଚ ।୨୦୧୯ ପରଠାରୁ ଓ୍ବାନଡେ କ୍ରିକେଟରେ ପୁଣି ଥରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଣ୍ଡିଆ-ପାକିସ୍ତାନ ମଧ୍ୟରେ ମୁକାବିଲା ।ସମୟ ଯେତିକି ପାଖେଇ ଆସୁଛି ହାର୍ଟବିଟ୍ ସେତିକି ବଢୁଛି, କ୍ରିକେଟ ପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା ମଧ୍ୟ କରିଛନ୍ତି । ଏ ମୁକାବିଲା ଆଉ କା ମଧ୍ୟରେ ନୁହେଁ, ଇଣ୍ଡିଆ-ପାକିସ୍ତାନ ଟକ୍କର। ଆଜି ଅପରାହ୍ନ ୩ଟାରେ ଶ୍ରୀଲଙ୍କାର ପାଲେକଲ ଷ୍ଟାଡିୟମରେ ଭାରତ–ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ । ଏସିଆ କପରେ ପ୍ରଥମ ମ୍ୟାଚ ଖେଳି ବିଜୟୀ ହେବାକୁ ପ୍ରସ୍ତୁତ ହୋଇଛି ରୋହିତ ବାହିନୀ ।
ସେହିପରି ଭାରତ ଠାରୁ ବିଜୟ ଛଡାଇବାକୁ ରଣନୀତି ସହ ପଡିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଛି ପାକିସ୍ତାନ । ପାକିସ୍ତାନ ବୋଲିଂରେ ବେଶ ଆଗରେ ରହିଥିବାବେଳେ ଇଣ୍ଡିଆର ବ୍ୟାଟିଂ ଲାଇନ୍ ବେଶ ସୁଦୃଢ଼ ।ଦୀର୍ଘଦିନପରେ ଦଳକୁ ଫେରିଛନ୍ତି ବୁମରା, ଭାରତର ଶକ୍ତି ବଢ଼ିଛି। କାଣ୍ଡିରେ ଭାରତ–ପାକ୍ କାଣ୍ଟେକା ଟକ୍କର ହେବା ସୁନିଶ୍ଚିତ। ଏସିଆ କପର ପ୍ରଥମ ମ୍ୟାଚରେ ପାକିସ୍ତାନ ୨୩୮ରନରେ ନେପାଳକୁ ହରାଇଥିଲା। ବାବର ଆଜମ ୧୫୧ ରନର ଜବରଦସ୍ତ ପାରି ଖେଳିଥିଲେ ।ଦ୍ବିତୀୟ ମ୍ୟାଚରେ ବାଂଲାଦେଶକୁ ମାତ୍ ଦେଇଥିଲା ଶ୍ରୀଲଙ୍କା । ଆଜିର ମ୍ୟାଚରେ ବିରାଟ,ଗିଲ୍, ବୁମରାଙ୍କ ଉପରେ ରହିଛି ସମସ୍ତଙ୍କ ନଜର। ଆଜିର ମ୍ୟାଚ ଜିତି ବିଜୟ ଅଭିଯାନ ଆରମ୍ଭ କରିବାକୁ ଇଣ୍ଡିଆ ଲକ୍ଷ୍ୟ ରଖିଥିବାବେଳେ ପାକିସ୍ତାନ ମଧ୍ୟ ବିଜୟ ଧାରାକୁ ଜାରି ରଖିବାକୁ ଚେଷ୍ଟା କରିବ।