ଓଡ଼ିଶା 365 (ବ୍ୟୁରୋ): ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏଣୁ ଆଗାମୀ ୪୮ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୩ ଏବଂ ୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ପାଇଁ ବିଜୁଳି ଘଡ଼ିଘଡ଼ି ସହ ବର୍ଷା ନେଇ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଳ ବର୍ଷା ନେଇ ୩ ତାରିଖରେ ୧୮ ଜିଲ୍ଲା ଓ ୪ ତାରିଖ ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସୂଚୱନା ଦେଇଛି ଆଞ୍ଚଳିୟକ ପାଣିପାଗ କେନ୍ଦ୍ର। ଏହା ପରେ ଆସନ୍ତା ୫ ତାରିଖରେ କମିବ ବର୍ଷାର ପ୍ରଭାବ ।
ଦୁର୍ବଳ ମୌସୁମୀ ଯୋଗୁଁ ଅଗଷ୍ଟ ମାସରେ ରାଜ୍ୟରେ ବର୍ଷା କମିଛି ଏବଂ ତାତି ଏବଂ ଗୁଳୁଗୁଳି ବଢ଼ିଛି । ରାଜ୍ୟରେ ଆହୁରି ୪୮ ଘଣ୍ଟା ଗୁଳୁଗୁଳି ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଦୁର୍ବଳ ମୌସୁମୀ ପ୍ରବାହ ପାଇଁ ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ଅଧିକ ରେକର୍ଡ ହୋଇଛି । ୧୨ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୧୮ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ସୂଚନା ମିଳିଛି । ତେବେ ଆସନ୍ନ ବର୍ଷା ଚାଷୀଙ୍କ ମୁହଁରେ ଖୁସି ଫୁଟାଇବ।