ଓଡ଼ିଶା 365 (ବ୍ୟୁରୋ) : ଆଉ କିଛି ସମୟ ପରେ ଲଞ୍ଚ ହେବ ଇସ୍ରୋ ର ବହୁ ପ୍ରତୀକ୍ଷିତ ସୌର ମିସନ ଆଦିତ୍ୟ-ଏଲ୍ ୧ । ଏହା ପୂର୍ବରୁ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରେ ଏନେକ ଛାତ୍ରଛାତ୍ରୀ ଏକାଠି ହୋଇଛନ୍ତି । ଛାତ୍ରଛାତ୍ରୀ ମାନେ ଆଦିତ୍ୟ-ଏଲ୍ ୧ ମିଶନର ଲଞ୍ଚ ସମୟକୁ ଦେଖିବା ପାଇଁ ବେସ ଉତ୍ସାହିତ ଅଛନ୍ତି । ସେମାନେ ଇସ୍ରୋ, ଇସ୍ରୋ କହି ନାରା ଦେଇ ପରସ୍ପରକୁ ଉତ୍ସାହିତ କରୁଛନ୍ତି ଛାତ୍ରଛାତ୍ରୀ ।
ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପୂର୍ବାହ୍ନ ୧୧ଟା ୫୦ ମିନିଟରେ ଆଦିତ୍ୟ-ଏଲ୍ ୧କୁ ମହାକାଶକୁ ଲଞ୍ଚ କରାଯିବ । ଏଥିପାଇଁ ପୂର୍ବରୁ ଲଞ୍ଚ ରିହର୍ସାଲ ଶେଷ ହୋଇଛି। ଏହି ଯାନ ଠିକ୍ ୧୨୫ ଦିନ ପରେ ମହାକାଶର ଏଲ୍-୧ ବା ଲାଗ୍ରାଞ୍ଜ ପଏଣ୍ଟ୍-୧ରେ ପହଞ୍ଚିବ। ସେଠାରେ ଅବସ୍ଥାପିତ ହୋଇ ଏହା ପୃଥିବୀକୁ ସୂର୍ଯ୍ୟ ସଂପର୍କରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିବ। ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଦୂରତା ପ୍ରାୟ ୧୫ କୋଟି କିଲୋମିଟର। ସୂର୍ଯ୍ୟ ସଂପର୍କରେ ଗବେଷଣା କରିବାରେ ‘ଆଦିତ୍ୟ-ଏଲ୍୧’ ଇସ୍ରୋର ପ୍ରଥମ ମିସନ। ଲଞ୍ଚ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି ।