ଓଡ଼ିଶା 365 (ବ୍ୟୁରୋ): ଇଣ୍ଡିଆ ମହାମେଣ୍ଟର ସରିଛି ଦୁଇ ଦିନିଆ ବୈଠକ,ପାସ ହୋଇଛି ୩ଟି ପ୍ରସ୍ତାବ। ଦ୍ବିତୀୟ ଦିନ ବୈଠକ ପରେ ଯେଉଁ ତିନୋଟି ବଡ ନିଷ୍ପତ୍ତି ନିଆଯାଇଛି ତାହା ମଧ୍ୟରେ ପ୍ରଥମ ରହିଛି ଆସନ ଭାଗବଣ୍ଟାକୁ ନେଇ । ମିଳିମିଶି ଆଲୋଚନା କରି ଆସନ ଭାଗବଂଟା ହେବ ବୋଲି କୁହାଯାଇଛି । ଦ୍ବିତୀୟରେ ପୁଣି ଭାରତ ଯୋଡୋ ଯାତ୍ରା ଆରମ୍ଭ କରି ସଭା କରିବାକୁ ନିଷ୍ପତ୍ତି ନିଆଯାଇଛି । ତୃତୀୟରେ ପ୍ରଚାର ପ୍ରସାରକୁ ଗୁରୁତ୍ବ ଦେବା ପାଇଁ ଯୁଡେଗା ଭାରତ ଜିତେଗା ଇଣ୍ଡିଆ ନାରାରେ ମେଣ୍ଟର ଏଜେଣ୍ଡାକୁ ପ୍ରଚାର ପ୍ରସାରକୁ ଗୁରତ୍ବ ଦିଆଯିବା ସହ ସେପ୍ଟେମ୍ବର ତୃତୀୟ ସପ୍ତାହରେ ବିଶାଳ ରାଲି କରିବ ଇଣ୍ଡିଆ ମେଣ୍ଟ ଏନେଇ ନିଷ୍ପତ୍ତି ହୋଇଛି । ଦଳ ଦଳ ମଧ୍ୟରେ ତାଳମେଳ ରଖିବାକୁ ୧୩ ଜଣିଆ ସମନ୍ୱୟ କମିଟି ଗଠନ ହୋଇଛି ।
ଏହି ପ୍ୟାନେଲରେ କେସି ବେଣୁଗୋପାଳ, ଶରଦ ପାୱାର, ଏମକେ ଷ୍ଟାଲିନ, ସଞ୍ଜୟ ରାୱତ, ତେଜସ୍ବୀ ଯାଦବ, ଅଭିଷେକ ବାନାର୍ଜୀ, ରାଘବ ଚଡ୍ଢା, ଜାଭେଦ ଖାନ, ଲଲନ ସିଂ, ହେମନ୍ତ ସୋରେନ, ଡି ରାଜା, ଓମାର ଅବଦୁହ୍ଲା ଓ ମେହବୁବା ମୁଫତି ସାମିଲ ଅଛନ୍ତି । ସବୁ ଦଳର ଜଣେ ଲେଖାଏଁ ସଦସ୍ୟ ଏହି କମିଟିରେ ଅଛନ୍ତି। ମାତ୍ର ବିରୋଧୀଙ୍କ ଚେହେରା କୁହାଯାଉଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କିମ୍ବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମନ୍ୱୟ କମିଟିରେ ନାହାନ୍ତି। ସୋସିଆଲ ମିଡିଆ ଟିମ୍ ମଧ୍ୟ ଗଠନ କରାଯାଇ ପ୍ରଚାର ପ୍ରସାର ଯୋରଦାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ବୈଠକରେ ୨୮ ଦଳର ୬୨ ନେତା ସାମିଲ ହୋଇ ମୋଦିଙ୍କୁ ଆଗାମୀ ନିର୍ବାଚନରେ ମାତ ଦେବାକୁ ହୋଇଥିଲା ଆଲୋଚନା। ମେଣ୍ଟରେ ସଂଯୋଜକ କିଏ ହେବ ତାହାଘୋଷଣା ହୋଇନଥିବାବେଳେ । ଆଲୋଚନା ସରିଥିଲେ ମଧ୍ୟ ମେଣ୍ଟରେ କିଏ ହେବ ପ୍ରଧାନମନ୍ତ୍ରୀ ଚେହେରା ତାହା ସ୍ପଷ୍ଟ ହୋଇନାହିଁ। କେବଳ ଦେଖିବାକୁ ବାକି ରହିଲା ଇଣ୍ଡିଆ ଓ ଏନଡିଏ ମଧ୍ୟରେ କିଏ ଜିତୁଛି ନିର୍ବାଚନ ବାଜି।