ଓଡ଼ିଶା 365 (ବ୍ୟୁରୋ): ରାଜଧାନୀ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଦିଲ୍ଲୀରେ ସମସ୍ତ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରୁଛି ପୁଲିସ । ବିଭିନ୍ନ ଅଂଚଳକୁ ଡ୍ରୋନ ସର୍ଭେ କରାଯାଉଛି । ସବୁ ଅଂଚଳରେ ଡ୍ରୋନ ବୁଲି ବୁଲି ସର୍ଭେ କରି ପରିସ୍ଥିତି ଉପରେ ନଜର ରଖିଛି । ଏହା ସହ ଆତଙ୍କୀ ଗତିବିଧି ଉପରେ ମଧ୍ୟ ନଜର ରଖୁଛି ଡ୍ରୋନ । ଆସନ୍ତା ଜି-୨୦ ବୈଠକକୁ ସୃଙ୍ଖଳିତ ଭାବରେ ସଫଳ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି । ଆସନ୍ତା ୯ ଏବଂ ୧୦ ସେପ୍ଟେମ୍ବରରେ ୧୮ ତମ ଜି-୨୦ ଶିଖର ଶିଖର ସମ୍ମିଳନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଯାଉଛି। ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀରେ ଅନେକ ନୀୟମ ପରିବର୍ତ୍ତନ ହୋଇଛି ।