ଓଡ଼ିଶା 365(ବ୍ୟୁରୋ): ଅନେକ ଲୋକ ଗାଧୋଇସାରିବା ପରେ ଟାୱେଲ ପିନ୍ଧିଥାନ୍ତି । ଆଉ କିଛି ଲୋକ ଓଦା ଟାୱେଲ ପିନ୍ଧି ସକାଳର ପ୍ରତ୍ୟେକଟି କାମ କରିଥାନ୍ତି । ହେଲେ ଆପଣ ଜାଣନ୍ତି କି ଓଦା ଟାୱେଲ ଶରୀର ପାଇଁ ବେଶ୍ କ୍ଷତିକାରକ ହୋଇଥାଏ । ଆମେରିକାର ୟୁନିଭର୍ସିଟି ଅଫ୍ ଅରିଜୋନାରେ ହୋଇଥିବା ଏକ ରିସର୍ଚ୍ଚ ମୁତାବକ, ଟୟଲେଟରେ ଥିବା ବ୍ୟାକ୍ଟେରିଆଙ୍କ ଭଳି ରୋଗ ସୃଷ୍ଟିକାରୀ ବ୍ୟାକ୍ଟେରିଆ ଟାୱେଲରେ ବି ରହିଥାନ୍ତି। ଏହି ବ୍ୟାକ୍ଟେରିଆ ଅନେକ ରୋଗଙ୍କୁ ଡାକି ଆଣନ୍ତି। ଏଥିରେ ଥିବା ବ୍ୟାକ୍ଟେରିଆ ଆମ ଶରୀରକୁ ପ୍ରବେଶ କରିଥାଏ । ଯାହାଫଳରେ ଆପଣଙ୍କୁ ଫୁଡ୍ ପଏଜନିଂ ଓ ଡାଇରିଆର ହେବାର ଆଶଙ୍କା ଥାଏ । ତେଣୁ ଗାଧୋଇ ସାରିବା ପରେ ଓଦା ଟାୱେଲକୁ ନପିନ୍ଧି ତାକୁ ଭଲଭାବେ ଚିପୁଡ଼ିକି ଖରାରେ ଶୁଖାଇ ଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କ ଶରୀରକୁ ବ୍ୟାକ୍ଟେରିଆ ପ୍ରବେଶ କରିପାରିବ ନାହିଁ । ସେହିପରି କେହି କେହି ଅନ୍ୟମାନଙ୍କ ଟାୱେଲ ମଧ୍ୟ ବ୍ୟବହାର କରିଥାନ୍ତି । ଯାହାଫଳରେ ଅନ୍ୟଜଣଙ୍କ ଦେହରେ ଥିବା ଜୀବାଣୁ ଆପଣଙ୍କ ଶରୀରକୁ ପ୍ରବେଶ କରି ଆନକ ରୋଗ ସୃଷ୍ଟି କରିଥାଏ ।