ଓଡ଼ିଶା 365 (ବ୍ୟୁରୋ) : ଆପଣ ଜାଣନ୍ତି କି ସୁସ୍ଥଶରୀର ପାଇଁ ଫଳର ଆବଶ୍ୟକତା ଅନେକ ରହିଛି । ଖାସ କରି ଡାଳିମ୍ୱ ଖାଇଲେ ସ୍ୱାସ୍ଥ୍ୟ ପାଇଁ ବହୁତୁ ଲାଭଦାୟକ ହୋଇଥାଏ। ଡାଳିମ୍ୱରେ ଭିଟାମିନ ଭରପୂର ମାତ୍ରାରେ ରହିଛି। ତେଣୁ ପ୍ରତିଦିନ ସକାଳୁ ଡାଳିମ୍ୱ ଖାଇଲେ ଅନେକ ରୋଗରୁ ରକ୍ଷା ମିଳିପାରିବ। ଆସନ୍ତୁ ଜାଣିବା ଡାଳିମ୍ୱରେ ଥିବା ଔଷଧୀୟ ଗୁଣ ଓ ଏହା ଖାଇଲେ କେଉଁ ସବୁ ଫାଇଦା ମିଳିଥାଏ । ପ୍ରତିଦିନ ଡାଳିମ୍ୱ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ ।
ଡାଳିମ୍ୱରେ ଭରପୂର ମାତ୍ରାରେ ଫାଇବର ଥିବାରୁ ହଜମ କ୍ରିୟାକୁ ଠିକ୍ ରଖିଥାଏ ଓ ଏଥିରେ ଏପରି ଏନ୍ଜାଇମ୍ ରହିଛି ଯାହା ଲିଭରକୁ ଠିକ୍ ରଖିବାରେ ସାହାଯ୍ୟ କରେ । ଶରୀରରେ ରକ୍ତର ପରିମାଣ କମିଯାଇଥିଲେ ପ୍ରତିଦିନ ସକାଳେ ଡାଳିମ୍ବ ଖାଆନ୍ତୁ। ଏହା ରକ୍ତାଭାବକୁ ଦୂର କରେ । ଉଚ୍ଚ ରକ୍ତଚାପ ଥିଲେ ଗୋଟିଏ ଗ୍ଲାସ୍ ଡାଳିମ୍ବ ରସରେ କଳା ଲୁଣ ମିଶାଇ ପିଇବା ଦ୍ୱାରା ରକ୍ତଚାପ ସାମାନ୍ୟ ହୋଇଥାଏ ।