ଓଡ଼ିଶା 365 (ବ୍ୟୁରୋ): ଦିନକୁ ଦିନ ବିଗୁଡ଼ୁଛି ବିଜେଡିର ରାଜନୈତିକ ସ୍ୱାସ୍ଥ୍ୟାବସ୍ଥା। ଏହି କ୍ରମରେ ପୁରୀ ବିଜେଡିରେ ଦେଖାଦେଇଛି ବଡ଼ ଫାଟ। ପୁରୀରେ ବିଜୁ ଜନତା ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଚାଲିଥିବା ବେଳେ ବିଜେଡିର ଦୁଇ ଗୋଷ୍ଠୀଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ପୁରୀ ପୈାରସଂସ୍ଥା ଅନ୍ତର୍ଗତ ୨୧ ନମ୍ବର ୱାର୍ଡର କିଛି ବିଜେଡି କର୍ମୀ ଓ ସମର୍ଥକଙ୍କୁ ନେଇ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନେତୁତ୍ୱରେ ଗୁରୁବାର ସନ୍ଧ୍ୟାରେ ନାୟକ ପ୍ଲାଜା ସମ୍ମିଳନୀ କକ୍ଷ ଠାରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେଉଥିଲା । ଏହି ସମୟରେ ପୂର୍ବମନ୍ତ୍ରୀ ତଥା ଜିଲା ବିଜେଡି ସଭାପତି ମହେଶ୍ୱର ମହାନ୍ତିଙ୍କ କିଛି ସମର୍ଥକ ଉକ୍ତ ସ୍ଥାନକୁ ଆସି କର୍ମୀ ସମ୍ମଳନୀକୁ ବିରୋଧ କରିଥିଲେ ।
ବୈଠକରେ ମହେଶ୍ୱର ମହାନ୍ତିଙ୍କ ସମର୍ଥକ ବ୍ୟକ୍ତି ବିଶେଷ ମାନଙ୍କୁ କାହିକି ଡକାଯାଇଛି କହି ପ୍ରଶ୍ନ କରିବା ସହ ପାଟିତୁଣ୍ଡ କରିଥିଲେ । ଯାହାଫଳରେ ଦୁଇଗୋଷ୍ଠୀର ସମର୍ଥକ ମାନଙ୍କ ମଧ୍ୟରେ ଠେଲା ପେଲା ଆରମ୍ଭ ହୋଇଥିଲା । ପରସ୍ପର ଉପରକୁ ଚଉକି ଫିଙ୍ଗା ଫିଙ୍ଗି କରିଥିଲେ ଦଳ । ଯାହାକୁ ନେଇ କିଛି ସମୟ ଧରି ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ କୁମ୍ଭାରପଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରିଛି।