ଓଡ଼ିଶା 365 (ବ୍ୟୁରୋ) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସାଇବର ଠକେଇ ମାମଲା । ଲୁଟର ନୂଆ ନୂଆ ଫର୍ମୁଲା ଆପଣାଉଛନ୍ତି ଠକ । କିଛି ବି ଉପାୟରେ ସାଇବର ଅପରାଧୀମାନେ ଲୋକଙ୍କୁ ଠକିବାର ନୂଆ ଉପାୟ ଖୋଜି ବାହାର କରୁଛନ୍ତି, ଯେଉଁଥିରେ ସେମାନେ ଲୋକଙ୍କୁ ନକଲି ଚାଲାଣର ମେସେଜ୍ କରୁଛନ୍ତି । ଏହାପରେ ସେମାନେ ଲୋକଙ୍କ ପରିଶ୍ରମର ଫଳକୁ ଲୁଟୁଛନ୍ତି ।
ହରିୟାଣାର ଫରିଦାବାଦରେ ପୋଲିସ ଚେତାବନୀ ଜାରି କରିଛି । ଯେଉଁଥିରେ ଲୋକଙ୍କୁ ନକଲି ଇ ଚାଲାଣରୁ ସାବଧାନ ରହିବାକୁ ସତର୍କ କରାଇ ଦିଆଯାଇଛି । ଫରିଦାବାଦର ଡିସିପି ମୁଖ୍ୟ କାର୍ଯ୍ୟାଳୟରୁ ସାଇବର କ୍ରାଇମ୍ ଅଫିସର ହେମେନ୍ଦ୍ର କୁମାର ମୀଣା କହିଛନ୍ତି କିପରି ସାଇବର ଅପରାଧୀମାନେ ନକଲି ଇ-ଚାଲାଣ ପେମେଣ୍ଟ ଜରିଆରେ ଲୋକଙ୍କୁ ଲୁଟୁଛନ୍ତି ।
ସ୍କାମର୍ସମାନେ ପ୍ରଥମେ ଏକ ନକଲି ମେସେଜ୍ ପ୍ରସ୍ତୁତ କରୁଛନ୍ତି ଯାହା ଏକ ଅସଲି ଚାଲାଣ ପରି ଲାଗୁଛି । ଏହା ସହିତ ଏକ ଲିଙ୍କକୁ ସାମିଲ କରାଯାଉଛି । ପୋଲିସ କହିବା ଅନୁଯାୟୀ ପ୍ରଥମେ ସ୍କାମର୍ସମାନେ ଲୋକଙ୍କୁ ଟେକ୍ସଟ ମେସେଜ୍ ପଠାଇଥାନ୍ତି ଯାହା ଠିକ୍ ଟ୍ରାଫିକ ପୋଲିସ ଦ୍ୱାରା ପଠାଯାଉଥିବା ମେସେଜ୍ ପରି ହୋଇଥାଏ । ଏହି ମେସେଜ୍ ରେ ଲେଖାହୋଇଥାଏ କି ଆପଣ ଟ୍ରାଫିକ ନିୟମର ଉଲଙ୍ଘନ କରିଛନ୍ତି ଏଣୁ ଆପଣଙ୍କୁ ଚାଲାଣ ଭରିବାକୁ ହେବ । ଏହା ସହିତ ଏକ ଲିଙ୍କ ରହିଛି ଯାହାକୁ କ୍ଲିକ କରି ଫାଇନ୍ ଭରାଯାଇପାରିବ ।