ଓଡ଼ିଶା 365 (ବ୍ୟୁରୋ): ବିବାହ ଏକ ପବିତ୍ର ମାଙ୍ଗଳିକ କାର୍ଯ୍ୟ । ଜ୍ୟେତିଷ ଶାସ୍ତ୍ର ଅନୁସାରେ କୌଣସି ବି ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟ ଆରମ୍ଭରୁ ପଇସା ଦିଆଯାଇଥାଏ । ବିବାହ, ବ୍ରତଘର, ଗୃହ ପ୍ରବେଶ ଆଦି କାର୍ଡ ଉପରେ କଏନ୍ ଲାଗିଥାଏ । ହେଲେ କ’ଣ ପାଇଁ କାର୍ଡ ଉପରେ କଏନ୍ ଲାଗିଥାଏ ଆପଣ ଜାଣନ୍ତି କି ?
ଶାସ୍ତ୍ର ଅନୁଯାୟୀ, ଏକ ଟଙ୍କାର କଏନ୍ ଯୋଡିହେବା ଦ୍ୱାରା ନୋଟର ରାଶି ବିଭାଜିତ ହୋଇପାରୁନଥିବା ରାଶି ପାଲଟିଯାଏ । ଏହାଦ୍ୱାରା ମାନ୍ୟତା ରହିଛି ଯେ, ସେହି ନବଦମ୍ପତିଙ୍କ ସମ୍ପର୍କ ମଧ୍ୟ ସାରା ଜୀବନ ପାଇଁ ବିଭାଜିତ ନହୋଇ ସୁରକ୍ଷିତ ରୁହେ । ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ମା’ ଲକ୍ଷ୍ମୀଙ୍କୁ ଧାତୁ ରୂପେ ମଧ୍ୟ ସମସ୍ତେ ମାନନ୍ତି । ତେଣୁ ଲଫାପାରେ ମା’ ଲକ୍ଷ୍ମୀଙ୍କ ରୂପେ କଏନ ଦିଆଯାଏ । ଏହାସହ ଟଙ୍କିକିଆ କଏନକୁ ଉନ୍ନତିର ପ୍ରତୀକ ବୋଲି ମଧ୍ୟ ସମସ୍ତେ ମାନନ୍ତି । ସେଥିପାଇଁ କାର୍ଡ ଉପରେ କଏନ୍ ଲଗାଯାଇଥାଏ ।