ଓଡ଼ିଶା 365 (ବ୍ୟୁରୋ): ଏକାଠି ମିଶି ଯୁଦ୍ଧ ବିମାନ ଇଞ୍ଜିନ ତିଆରି କରିବେ ଆମେରିକା ଓ ଭାରତ । ଆମେରିକା ସଂସଦ, ଭାରତ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ବିମାନ ଇଞ୍ଜିନ୍ ଚୁକ୍ତିକୁ ଅନୁମୋଦନ କରିଛି । ମିଳିତ ଭାବେ ଯୁଦ୍ଧ ବିମାନ ଇଞ୍ଜିନ ଉତ୍ପାଦନ ପାଇଁ ଭାରତର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଏବଂ ଆମେରିକାର ଜିଓ ଏରୋସ୍ପେସ୍ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା । ଏହି ଚୁକ୍ତି ଅନୁମୋଦନ ସହିତ ଦୁଇ ଦେଶ ମଧ୍ୟରେ ରଣନୀତିକ ଭାଗିଦାରୀ ଆହୁରି ମଜବୁତ ହେବ। ଚଳିତ ବର୍ଷ ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଭାରତ ଏବଂ ଆମେରିକା ମଧ୍ୟରେ ଏହି ଚୁକ୍ତି ହୋଇଥିଲା । ବାଇଡେନ ସରକାରଙ୍କ ଏହି ଚୁକ୍ତିକୁ ଆମେରିକା ସାଂସଦ ଅନୁମୋଦନ କରିଛି ।