ଓଡ଼ିଶା 365 (ବ୍ୟୁରୋ):ଶନିବାର ଶ୍ରୀହରି କୋଟା ସ୍ଥିତ ସତୀଶ୍ ଧାବନ ଗବେଷଣା କେନ୍ଦ୍ରରୁ ଆଦିତ୍ୟ- ଏଲ୍୧କୁ ଉତକ୍ଷେପଣ କରିବ ଇସ୍ରୋ । ମିଶନ ଆଦିତ୍ୟ- ଏଲ୍୧ ଲଞ୍ଚ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ବର୍ତ୍ତମାନ ଆରମ୍ଭ ହୋଇଛି କାଉଣ୍ଟ ଡ଼ାଉନ । ଏହାରି ଭିତରେ ମିଶନ ଲଂଚ ପୂର୍ବରୁ ମନ୍ଦିର ପହଂଚିଛନ୍ତି ଇସ୍ରୋ ଅଧ୍ୟକ୍ଷ । ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ ତିରୁପତି ସ୍ଥିତ ଚେଙ୍ଗଲମ୍ମା ପରମେଶ୍ବରୀ ମନ୍ଦିରରେ ପହଂଚି ପୂର୍ଜାର୍ଚ୍ଚନା କରିଛନ୍ତି । ଆଦିତ୍ୟ-ଏଲ୍୧ ଇସ୍ରୋ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ଷ୍ଟୋନ ହେବାକୁ ଯାଉଛି। କାରଣ, ସୂର୍ଯ୍ୟଙ୍କୁ ଅଧ୍ୟୟନ କରିବା ପାଇଁ ଏହା ଭାରତର ପ୍ରଥମ ସମର୍ପିତ ମିଶନ। ଏହି ମହାକାଶ ଯାନକୁ ପୃଥିବୀଠାରୁ ପାଖାପାଖି ୧.୫ ମିଲିୟନ କିଲୋମିଟର ଦୂର ସୂର୍ଯ୍ୟ-ପୃଥିବୀ ପ୍ରଣାଳୀର ଲାଗ୍ରେଞ୍ଜ୍ ବିନ୍ଦୁ ୧ (ଏଲ୍୧)ର ଚାରିପଟେ ଏକ ପ୍ରଭାମଣ୍ଡଳ କକ୍ଷରେ ରଖାଯିବ।