ଓଡ଼ିଶା 365 (ବ୍ୟୁରୋ): ଚନ୍ଦ୍ରଯାନ-୩ର ସଫଳତା ପରେ ସୂର୍ଯ୍ୟ ଅଭିଯାନ ଉପରେ ସମସ୍ତଙ୍କ ନଜର। ଇସ୍ରୋର ସୂର୍ୟ୍ୟ ଅଭିଯାନ ‘ଆଦିତ୍ୟ-ଏଲ୍-୧ର ଲଞ୍ଚ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଶନିବାର ଦିନ ୧୧.୫୦ ସେପ୍ଟେମ୍ବର୨ ତାରିଖରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ପିଏସଏଲଭି ସି-୫୭ ରକେଟ୍ ସାହାଯ୍ୟରେ ଉତଷେପଣ କରାଯିବ ଆଦିତ୍ୟ ଏଲ-୧। ଉତଷେପଣର ଠିକ୍ ୧୨୫ ଦିନ ପରେ ଏହା ବିନ୍ଦୁ ଏଲ୍-୧ରେ ପହଞ୍ଚିବ । ଏହି ସ୍ଥାନରେ ପହଞ୍ଚିବା ପରେ ଆଦିତ୍ୟ-ଏଲ-୧ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଇବା ଆରମ୍ଭ କରିବ ।ଏଥିପାଇଁ ରିହର୍ସଅଲ ଶେଷ ହେବା ସହ ପ୍ରସ୍ତୁତି ଶେଷ ହୋଇଛି। ମିଶନର ସଫଳତା ନେଇ ଆଜି ମନ୍ଦିର ଯାଇ ଆର୍ଶୀବାଦ ନେଇଛନ୍ତି ଇସ୍ରୋ ମୁଖ୍ୟ ଏସ୍. ସୋମନାଥ ।
ପୃଥିବୀଠୁ ସୂର୍ଯ୍ୟ ପ୍ରାୟ ୧୫ କୋଟି କିଲୋମିଟର ଦୂରରେ ଥିବା ବେଳେ ଏହାର ଶହେ ଭାଗରୁ ୧ ଭାଗ ଦୂରତା ଅତିକ୍ରମ କରିବ ଆଦିତ୍ୟ ଏଲ -୧। ଅର୍ଥାତ ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରତାରେ ରହି ସୂର୍ଯ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଇସ୍ରୋ ଲକ୍ଷ୍ୟ ରଖିଛି।ଇସ୍ରୋ ପକ୍ଷରୁ ଆଦିତ୍ୟ ଏଲ-୧ ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଆର୍ଥ-ସନ୍ ସିଷ୍ଟମର ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ୍ ବା ଏଲ-୧ର ଏକ ହାଲୋ ଅର୍ବିଟରେ ଅବସ୍ଥାପିତ ହେବ। ସେଠାକୁ ଯିବା ପାଇଁ ପ୍ରାୟ ୪ ମାସ ସମୟ ଲାଗିବ। ଏହି ସ୍ଥାନରେ ପୃଥିବୀ ଓ ସୂର୍ଯ୍ୟର ଚୁମ୍ବକୀୟ ଶକ୍ତି ପ୍ରାୟ ସମାନ। ତେଣୁ ସେଠାରେ କୌଣସି ବସ୍ତୁ ଅବସ୍ଥାପିତ ହେଲେ, ତାହା ସେହି ସ୍ଥାନରେ ହିଁ କାର୍ୟ୍ୟକ୍ଷମ ହେବ। ସେଠାରେ ପରାଗ ବା ଗ୍ରହଣର କୌଣସି ପ୍ରଭାବ ପଡ଼ୁନଥିବାରୁ ନିରବଚ୍ଛିନ୍ନ ଭାବେ ସୂର୍ଯ୍ୟ ଉପରେ ଗବେଷଣା ଜାରି ରହିବ ଏହି ମିଶନ୍।
ଏଥିରେ ମୋଟ ୭ଟି ପେଲୋଡ୍ ବା ଯନ୍ତ୍ର ଥିବା ବେଳେ ସେଥିରୁ ୪ଟି ସିଧାସଳଖ ସୂର୍ଯ୍ୟ ଆଡ଼କୁ ରହିବ। ସୂର୍ଯ୍ୟର ବିଭିନ୍ନ ସ୍ତର, ଚୁମ୍ବକୀୟ କ୍ଷେତ୍ର ଓ ସେଠାରୁ ପୃଥିବୀ ଆଡ଼କୁ ଆସୁଥିବା ଚାର୍ଜ କଣିକା ଗୁଡ଼ିକ ସଂପର୍କରେ ତଥ୍ୟ ସଂଗ୍ରହ କରିବା ଏହି ମିଶନର ଲକ୍ଷ୍ୟ ରହିଛି। ସୌର ପୃଷ୍ଠରେ ହେଉଥିବା ପରିବର୍ତ୍ତନ, ସୌରଝଡ଼ ବିକିରଣ ଓ କଣିକା ଉପରେ ଅଧ୍ୟୟନ କରିବା ଆଦିତ୍ୟ ଏଲ ଓ୍ବାନ୍, ସୂର୍ଯ୍ୟଙ୍କ ଫଟୋସ୍ପିୟର, କ୍ରୋମାସ୍ପିଅର ଓ ବାହ୍ୟସ୍ତର କରୋନାର ଅନୁଧ୍ୟାନ କରିବା ପାଇଁ ଆଦିତ୍ୟ ଏଲ-୧ରେ ୭ଟି ପ୍ଲେଲୋଡ ରହିବ । ସେଥି ମଧ୍ୟରୁ ଏହି ଚାରିଟି ପେଲୋଡ ସିଧାସଳଖ ସୂର୍ଯ୍ୟଙ୍କୁ ନିରୀକ୍ଷଣ କରିବ । ଅବଶିଷ୍ଟ ତିନିଟି ଏଲ-୧ ପଏଣ୍ଟରେ କଣିକା ଏବଂ କ୍ଷେତ୍ରର ଇନ୍-ସିଟ୍ ଅଧ୍ୟୟନ କରାଯିବ । ଇସ୍ରୋ ପ୍ରଥମଥର ମିଶନ ସୂର୍ଯ୍ୟ ଆରମ୍ଭ କରିବାକୁ ଯାଉଛି। ଏହି ଲଞ୍ଚିଂ ପୋଗ୍ରାମ ଦେଖିବାକୁ ଇସ୍ରୋ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆଦିତ୍ୟ ଏଲ-୧ ଉପରେ ରହିଛି ସମଗ୍ର ବିଶ୍ୱର ନଜର ।