ଓଡ଼ିଶା 365 (ବ୍ୟୁରୋ): ଅନେକ ସମୟରେ କାମ କରିବା ହେଉ ଅବା ଖାଲିରେ ବସିଥିବା ସମୟରେ କିଛି ଲୋକ ସେମାନଙ୍କର ମନ ସ୍ଥିର କରିବା ପାଇଁ ସେମାନଙ୍କର ଗୋଡ଼ ହଲାଇ ଥାନ୍ତି । ଯାହାକୁ ଅଞ୍ଜାଇଟି କୁହାଯାଇଥାଏ ।
ଆପଣ ଜାଣନ୍ତି କି, ବସିବା ସମୟରେ ଗୋଡ ହଲାଇବା ଏକ ରୋଗର କାରଣ ହୋଇଥାଏ । ଏହାର ପ୍ରଥମ ହେଉଛି ଚିନ୍ତା । ଏହାକୁ ଲେଗ୍ ସିଣ୍ଡ୍ରୋମ ମଧ୍ୟ କୁହାଯାଏ। ଏହା ଏକ ସ୍ୱାସ୍ଥ୍ୟ ସମସ୍ୟା ଯାହା ସ୍ନାୟୁ ସହିତ ଜଡିତ ଥାଏ । ଏହି ସମସ୍ୟା ଉଭୟ ମହିଳା ଏବଂ ପୁରୁଷଙ୍କଠାରେ ଦେଖାଯାଇଥାଏ ।
ସୂଚନା ଅନୁଯାୟୀ, ଲେଗ୍ ସିଣ୍ଡ୍ରୋମ ହେଉଛି ଏପରି ଏକ ଅବସ୍ଥା ଯେଉଁଥିରେ ଜଣେ ବ୍ୟକ୍ତି ବସିବା ସମୟରେ ଓ ଶୋଇବା ସମୟରେ ହଠାତ୍ ଯନ୍ତ୍ରଣା ଅନୁଭବ କରିବା ସହ ଗୋଡ଼ ହଲାଇବା ଆରମ୍ଭ କରନ୍ତି। ଯେତେବେଳେ ଏହି ଯନ୍ତ୍ରଣାଦାୟକ ଅବସ୍ଥା ବାରମ୍ବାର ଘଟେ, ଏହାକୁ ଲେଗ୍ ସିଣ୍ଡ୍ରୋମ କୁହାଯାଏ। ଶରୀରରେ ଲୌହ ବା ଆଇରନ ଅଭାବ ହେତୁ ଏହି ସମସ୍ୟା ମଧ୍ୟ ହୋଇପାରେ। ଅନ୍ୟପଟେ ଏହି ସିଣ୍ଡ୍ରୋମକୁ ଭଲ କରିବା ପାଇଁ ଫିଜିଓଥେରାପି ଚିକିତ୍ସା ନିଆଯାଇପାରେ। ଏହା ବ୍ୟତୀତ, ଏହି ସିଣ୍ଡ୍ରୋମକୁ ମସଲ ଷ୍ଟ୍ରେଚିଙ୍ଗ କରି ମଧ୍ୟ ସୁସ୍ଥ କରାଯାଇପାରିବ ।