ଓଡ଼ିଶା 365 (ବ୍ୟୁରୋ): ଆଖି ବୁଜିଲେ ମଲୟାଲମ୍ ଚଳଚ୍ଚିତ୍ର ଓ ଟେଲିଭିଜନ ଧାରାବାହିକ ଅଭିନେତ୍ରୀ ଅପର୍ଣ୍ଣା ପି. ନାୟର୍ । ତାଙ୍କୁ ଫାଶୀ ଲଗାଇ ମାରିଥିବା ଅବସ୍ଥାରେ ତାଙ୍କ ବାସଭବନରୁ ମୃତଦେହ ଉଦ୍ଧାର ହୋଇଛି ବୋଲି ପୋଲିସ ସୂଚନା ଦେଇଛି ।ସୂଚନା ଅନୁଯାୟୀ, ଅପର୍ଣ୍ଣା ତାଙ୍କ ସ୍ବାମୀ ଓ ଦୁଇ ପିଲାଙ୍କ ସହିତ ରହୁଥିଲେ। ଗୁରୁବାର ରାତି ପ୍ରାୟ ୭.୩୦ରେ ସେ ଜୀବନ ହରାଇଥିବା ଜଣାପଡ଼ିଛି। ଫାଶୀରୁ ଖୋଲି ତାଙ୍କୁ ତୁରନ୍ତ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେପଟେ ମୃତ୍ୟୁର କାରଣ ଅସ୍ପଟ ଥିବାରୁ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।