ଓଡ଼ିଶା 365 (ବ୍ୟୁରୋ) : ସାଉଥ ସୁପରଷ୍ଟାର ରଜନୀକାନ୍ତ ହେଲେ ଭାରତର ସବୁଠାରୁ ମହଙ୍ଗା ଆକ୍ଟର । ରଜନୀକାନ୍ତଙ୍କ ଚଳଚ୍ଚିତ୍ର ସମସ୍ତ ରେକର୍ଡ ଭାଙ୍ଗି ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ପ୍ରାୟ ୬୦୦ କୋଟି ରୋଜଗାର ମଧ୍ୟ କରିସାରିଛି ‘ଜେଲର’ । ଏହାରି ମଧ୍ୟରେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ଫି’ ବାବାଦକୁ ନେଇ ଏକ ବଡ଼ ଖୁଲାସା ହୋଇଛି ।
ସୂଚନା ଅନୁଯାୟୀ, ଫିଲ୍ମ ଇଣ୍ଡଷ୍ଟ୍ରି ଟ୍ରାକର ମନୋବାଲା ବିଜୟ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ରଜନୀକାନ୍ତଙ୍କ ଫଟୋ ନିଜ ଟ୍ୱିଟରେ ସେୟାର କରି ଲେଖିଛନ୍ତି ଯେ, କଲାନିଥି ମାରାନ ରଜନୀକାନ୍ତଙ୍କୁ ଦେଇଥିବା ଚେକ୍ ୧୦୦ କୋଟି ଟଙ୍କା ବୋଲି ଜାଣିବାକୁ ମିଳିଛି। ଏହି ଚେକ୍ ଜେଲର ପ୍ରୋଫିଟ୍ ସେୟାରିଂ ପାଇଁ ହୋଇଛି । ଏହା ବ୍ୟତୀତ ରଜନୀକାନ୍ତ ଫିଲ୍ମର ଫି ଗ୍ରହଣ କରିସାରିଛନ୍ତି । ଯାହା ୧୧୦ କୋଟି ଟଙ୍କା ଅଟେ। ମୋଟ ଉପରେ, ସୁପରଷ୍ଟାର ଜେଲର ପାଇଁ ୨୧୦ କୋଟି ଟଙ୍କା ପାଇଛନ୍ତି। ଏହିପରି ଭାବରେ ରଜନୀକାନ୍ତଙ୍କ ନାମ ବର୍ତ୍ତମାନ ଦେଶର ସବୁଠାରୁ ଦାମୀ ଅଭିନେତା ତାଲିକାରେ ସାମିଲ ହୋଇଥିବା ଶୁଣିବାକୁ ମିଳୁଛି ।