ଓଡ଼ିଶା 365 (ବ୍ୟୁରୋ): ୟଶରାଜ୍ ଫିଲ୍ମସ ବ୍ୟାନର୍ରେ ପ୍ରସ୍ତୁତ ହେବାକୁ ଯାଉଛି ‘ମର୍ଦ୍ଦାନି-୩’ । ନିକଟରେ ଏହାର ଖୁଲାସା କରିଥିଲେ ରାଣୀ ମୁଖାର୍ଜୀ । ଫିଲ୍ମର କାହାଣୀ ଉପରେ ପ୍ରଡକ୍ସନ୍ ହାଉସ୍ କାମ କରୁଥିବା କଥା ସେ ପ୍ରକାଶ କରିଛନ୍ତି । ନିଜର ଏକମାତ୍ର ବ୍ଲକ୍ବଷ୍ଟର ଫ୍ରାଞ୍ଚାଇଜି ‘ମର୍ଦ୍ଦାନି’ରେ ରାଣୀ ଜଣେ ନିର୍ଭୀକ ପୁଲିସ ଅଫିସର ଶିବାନୀ ଶିବାଜୀ ରୟ ଭୂମିକା ଅଭିନୟ କରଛନ୍ତି । ମହିଳାଙ୍କ ବିରୋଧରେ ହେଉଥିବା ବିଭିନ୍ନ ଅପରାଧିକ କାର୍ୟ୍ୟରେ ଲିପ୍ତ ଅପରାଧୀଙ୍କୁ ସେ ଧରୁଛନ୍ତି , ପୂର୍ବ ଦୁଇ ଫିଲ୍ମରେ ମଧ୍ୟ ସେମିତି ପ୍ରଦର୍ଶିତ ହୋଇଥିଲା । ‘ମର୍ଦ୍ଦାନି-୩’ରେ ମଧ୍ୟ ମହିଳାଙ୍କ ଉପରେ ଫିଲ୍ମଟି ପର୍ୟ୍ୟବସିତ ହୋଇଛି ।
ରାଣୀ କହିଛନ୍ତି ଯେ, ‘ମର୍ଦ୍ଦାନି-୨’ ନିର୍ମାଣ ସମୟରେ ମୁଁ ଖୁବ୍ ନର୍ଭସ୍ ଥିଲି , କାରଣ ଏହା ପୂର୍ବରୁ ସେ କେବେ ସିକ୍ୱେଲ କରିନଥିଲେ । ତା’ପରେ ଶିବାନୀ ଚରିତ୍ର ତାଙ୍କ ରକ୍ତରେ ଜାଗା କରିନେଲା । ଏବେ ସେ ଏହାକୁ ପୁଣିଥରେ ପରଦାରେ ଉତାରିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।