ଓଡ଼ିଶା 365 (ବ୍ୟୁରୋ) : ମୁମ୍ବାଇରେ ପୁଣି ଖେଳିଯାଇଛି ଆତଙ୍କ । ମୁମ୍ବାଇର ସବୁଠୁ ବଡ ତାଜ୍ ହୋଟେଲକୁ ୨ ଜଣ ପାକିସ୍ତାନୀ ଆକ୍ରମଣ କରି ଉଡାଇଦେବେ ବୋଲି ମୁମ୍ବାଇ ପୁଲିସର କଣ୍ଟ୍ରୋଲ ରୁମକୁ ଫୋନ୍ କଲ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି । ଆଲର୍ଟ ହୋଇଛି ମୁମ୍ବାଇ ପୁଲିସ ସହ ସୁରକ୍ଷା ବଳ । ସୂଚନା ଅନୁସାରେ ମୁମ୍ବାଇ ପୁଲିସର କଣ୍ଟ୍ରୋଲ ରୁମକୁ ଏକ ଅଜ୍ଞାତ କଲ ଆସିଥିଲା । ଏଥିରେ କେହି କହିଥିଲା ଯେ, ୨ ଜଣ ପାକିସ୍ତାନୀ ସମୁଦ୍ର ପଥରେ ଆସି ମୁମ୍ବାଇରେ ପହଞ୍ଚିବା ପରେ ସବୁଠାରୁ ବଡ ହୋଟେଲ ତାଜ୍ ହୋଟେଲକୁ ବିସ୍ଫୋରଣ କରି ଉଡାଇଦେବେ । କଲ କରିଥିବା ବ୍ୟକ୍ତି ଜଣକ ନିଜର ପରିଚୟ ମୁକେଶ ସିଂ ଭାବେ ଦେଇଥିଲେ । ତେବେ ଯାଞ୍ଚରୁ ଜଣାପଡିଛି ଯେ ବ୍ୟକ୍ତିଙ୍କର ପ୍ରକୃତ ନାଁ ଜଗଦମ୍ବା ପ୍ରସାଦ ସିଂ ।