ଓଡ଼ିଶା 365 (ବ୍ୟୁରୋ): ରାଜନଗର ବ୍ଳକ ରାଜପୁର ଗାଁରେ କୁମ୍ଭୀର ଟାଣି ନେବାର ୨୪ ଘଣ୍ଟା ପରେ ମିଳିଲା ନିଖୋଜ ଅଭୟ ରାଉତଙ୍କ ମୃତଦେହ। ରାଜନଗର ବ୍ରାହ୍ମଣୀ ନଦୀର ଏକମାଣିଆ ଗାଁ ନିକଟରୁ ମୃତଦେହ ଉଦ୍ଧାର କରିଛନ୍ତି ଗ୍ରାମବାସୀ ଓ ବନବିଭାଗ । ରାଜନଗରରେ ଦିନକୁ ଦିନ ବଢୁଛି କୁମ୍ଭୀର ଆତଙ୍କ । ଗୋଟିଏ ପରେ ଗୋଟିଏ ଜୀବନ ନେଉଛି ମଣିଷ ଖିଆ କୁମ୍ଭୀର ।
ବ୍ରାହ୍ମଣୀ ନଦୀ କୂଳରେ ଜଣେ ମଇଁଷି ଚରାଳିଙ୍କୁ ଟାଣି ନେଇଥିଲା । ଘଟଣା ଘଟିବାର ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର ହୋଇଛି । ଦୁଇ ମାସ ମଧ୍ୟରେ ୪ ଜଣଙ୍କୁ ଟାଣି ନେଇ ସାରିଲାଣି କୁମ୍ଭୀର ।ଗତ କିଛି ଦିନ ତଳେ ଚାନ୍ଦ ବାଉଁସମୂଳ ପଞ୍ଚାୟତ ହାତିଆଗଡି ଗାଁରେ ପୋଖରୀରେ ଗାଧୋଉଥିବାିବେଳେ ଜଣେ ମହିଳାଙ୍କୁ ଟାଣି ନେଇଥିଲା । ଜଣେ ନାବାଳକକୁ ବି ଭିଡିନେଇଥିଲା । ତେବେ ରାଜନଗର ପଟ୍ଟାମୁଣ୍ଡା ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ନଦୀକୂଳିଆବାସୀ।