ଓଡ଼ିଶା 365 (ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. ସକେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ଏବେ ଯୋରଦାର ବିରୋଧ କରାଯାଉଛି। ଏହି କ୍ରମରେ ଆଜି ଧର୍ମଶାଳାରେ ପାଣ୍ଡିଆନଙ୍କୁ ବିରୋଧ କରାଯାଇଛି । ଯାଜପୁର ଜିଲ୍ଲାର ବରୀ ନିର୍ବାଚନମଣ୍ଡଳୀ ବ୍ରହ୍ମବରଦାକୁ ଜନଶୁଣାଣି ଶିବିରରେ ଯୋଗଦେବାକୁ ଯାଉଥିବା ସମୟରେ ୫ ଟି ସଚିବଙ୍କୁ କଂଗ୍ରେସ କର୍ମୀମାନେ ବିରୋଧ କରିଛନ୍ତି ।
ସ୍ଥାନୀୟ କଂଗ୍ରେସ ନେତ୍ରୀ ଆରତୀ ଦେଓଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବ୍ୟାଙ୍କ ଛକରେ କଳା ବେଲୁନ ସହ ଗୋ ବ୍ୟାକର ସ୍ଲୋଗାନ ଦେଇ ବିରୋଧ ପ୍ରଦର୍ଶନ କରିଛନ୍ତି ।