ଓଡ଼ିଶା 365 (ବ୍ୟୁରୋ) : ଆଦିତ୍ୟ- ଏଲ୍୧ ମିଶନ ଲଞ୍ଚ ହେବାପାଇଁ ସମସ୍ତ ପ୍ରକାର ଶେଷ ପର୍ଯ୍ୟାୟରେ । ଶନିବାର ଶ୍ରୀହରି କୋଟା ସ୍ଥିତ ସତୀଶ୍ ଧାବନ ଗବେଷଣା କେନ୍ଦ୍ରରୁ ଉତକ୍ଷେପଣ କରିବ ଆଦିତ୍ୟ- ଏଲ୍୧କୁ ଉତକ୍ଷେପଣ କରାଯିବ । ତେବେ ଏହା ପୂର୍ବରୁ ଇସ୍ରୋ ବୈଜ୍ଞାନିକମାନଙ୍କର ଏକ ଟିମ ପୂଜାର୍ଚ୍ଚନା କରିବା ପାଇଁ ତିରୁମାଳା ଶ୍ରୀ ଭେଙ୍କେଟେଶ୍ୱର ମନ୍ଦିରରେ ପହଞ୍ଚିଛନ୍ତି । ବୈଜ୍ଞାନିକମାନେ ମନ୍ଦିରରେ ପହଞ୍ଚି ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି ।
ଆଦିତ୍ୟ-ଏଲ୍୧ ଇସ୍ରୋ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ଷ୍ଟୋନ ହେବାକୁ ଯାଉଛି। କାରଣ, ସୂର୍ଯ୍ୟଙ୍କୁ ଅଧ୍ୟୟନ କରିବା ପାଇଁ ଏହା ଭାରତର ପ୍ରଥମ ସମର୍ପିତ ମିଶନ। ଏହି ମହାକାଶ ଯାନକୁ ପୃଥିବୀଠାରୁ ପାଖାପାଖି ୧.୫ ମିଲିୟନ କିଲୋମିଟର ଦୂର ସୂର୍ଯ୍ୟ-ପୃଥିବୀ ପ୍ରଣାଳୀର ଲାଗ୍ରେଞ୍ଜ୍ ବିନ୍ଦୁ ୧ (ଏଲ୍୧)ର ଚାରିପଟେ ଏକ ପ୍ରଭାମଣ୍ଡଳ କକ୍ଷରେ ରଖାଯିବ।