ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ରହିଛି ୱାନ୍ ନେସନ, ୱାନ ଇଲେକ୍ସନ । ଅର୍ଥାତ ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ । ଏଥିଲାଗି କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କମିଟିର ଅଧ୍ୟକ୍ଷ ରହିବେ । ଏହି କମିଟି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବ । ଖୁବଶୀଘ୍ର କମିଟିର ଅନ୍ୟ ସଦସ୍ୟଙ୍କ ନାଁ ଘୋଷଣା ହେବ। ସମସ୍ତ ଦିଗକୁ ପରଖି ସରକାରଙ୍କୁ ରିପୋର୍ଟ ଦେବ ଏହି କମିଟି । ସରକାର ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ ୧୮ରୁ ୨୨ ସେପ୍ଟେମ୍ବର ଯାଏଁ ଚାଲିବ। ଏହି ଅଧିବେଶନ ସମୟରେ ଏକକ ନିର୍ବାଚନ ନେଇ ଆସିପାରେ ବିଲ ବୋଲି ଆରମ୍ଭ ହୋଇଗଲାଣି ଚର୍ଚ୍ଚା ।ଏନେଇ ପୂର୍ବରୁ ମଧ୍ୟ ଅନେକ ବିତର୍କ ହୋଇଛି। ଗୋଟିଏ ଦେଶ,ଗୋଟିଏ ନିର୍ବାଚନକୁ କେନ୍ଦ୍ର ସରକାର ଏହାକୁ ଲାଗୁ କରିବାକୁ ଚାହୁଁଥିବାବେଳେ ଆମ ଆଦମୀ ପାର୍ଟି ସମେତ ଅନେକ ରାଜନୈତିକ ଦଳ ଏହାକୁ ବିରୋଧ କରୁଛନ୍ତି । କହିବାକୁ ଗଲେ ବିରୋଧିଙ୍କ ନା ଶାସକଙ୍କ ହଁ। ୨୦୧୪ ମସିହାରେ କ୍ଷମତାକୁ ଆସିବା ପରଠାରୁ ମୋଦୀ ସରକାର ଦେଶରେ ଏକକ ନିର୍ବାଚନ କରିବାକୁ ଚାହୁଁଛନ୍ତି ।ଏହା ମଧ୍ୟ ବିଜେପିର ଏଜେଣ୍ଟା । ପ୍ରଧାନମନ୍ତ୍ରୀ ମଧ୍ୟ ଏହାର ଲାଭ ସମ୍ଫର୍କରେ କହିବା ଆରମ୍ଭ କରିଲେଣି ।
କାହିଁକି ଦେଶ ପାଇଁ ଜରୁରୀ ଗୋଟିଏ ନିର୍ବାଚନ ଜାଣନ୍ତୁ:
‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବ୍ୟବସ୍ଥା ହେଉଛି ସମଗ୍ର ଦେଶରେ ଏକ ସମୟରେ ସମସ୍ତ ରାଜ୍ୟରେ ନିର୍ବାଚନ ଶେଷ ହେବ ।କିନ୍ତୁ, ଭାରତ ଭଳି ବହୁଦଳୀୟ ଗଣତାନ୍ତ୍ରିକ ଦେଶରେ କଷ୍ଟ ସାଧ୍ୟ ହୋଇଥିଲେ ମଧ୍ୟ ଅସମ୍ଭବ ନୁହେଁ। ପ୍ରାୟତ ଦେଖିବାକୁ ଗଲେ ଅଧିକ ବିକଶିତ ରାଷ୍ଟ୍ରରେ ଗୋଟିଏ ନିର୍ବାଚନ ଦେଖିବାକୁ ମିଳୁଛି। କିନ୍ତୁ ବିରୋଧି ଏନେଇ ସରକାରଙ୍କୁ ଏକକାଳୀନ ସମସ୍ତ ନିର୍ବାଚନ କରାଇବା କଷ୍ଟସାଧ୍ୟ କହି ସମାଲୋଚନା କରୁଛନ୍ତି। ସରକାରଙ୍କୁ ହାରିବାର ଡର ଘାରିଛି ବୋଲି କହୁଛନ୍ତି ବିରୋଧି। ଗୋଟିଏ ରାଜ୍ୟରେ ନିର୍ବାଚନ ହେଲେ ୫ଶହ କୋଟିରୁ ଅଧିକ ଖର୍ଚ୍ଚ ହେଉଛି, ସେହିଭଳି ଦେଶରେ ନିର୍ବାଚନ ଅଲଗା ଅଲଗା ହେବା ଫଳରେ ୫ହଜାର କୋଟିରୁ ଅଧିକ ଖର୍ଚ୍ଚ ହେଉଛି, ଯାହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଅଧିକ ଅର୍ଥର ଭାର ଲଦି ହୋଇ ପଡୁଛି।
ଦେଶରେ ଅଲଗା ଅଲଗା ବିଧାନସଭା ଓ ଲୋକସଭା ନିର୍ବାଚନ କରାଯାଉଛି। ବର୍ଷକୁ ୪ରୁ ୫ଟି ନିର୍ବାଚନ ହେଉଛି । ଫଳରେ ନିର୍ବାଚନି ହିସାଂ ବଢୁଥିବା ବେଳେ ବୁଥ କ୍ୟାପଚରଙ୍ଗି ଦେଖିବାକୁ ମିଳୁଛି। କିନ୍ତୁ, ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ପ୍ରଚଳନ ହେଲେ ନିର୍ବାଚନ ଖର୍ଚ୍ଚ ଉପରେ ଅଙ୍କୁଶ ଲାଗିବା ସହ ହିସାଂ କମିବ, ସୁରକ୍ଷା ବ୍ୟବସ୍ଥା ସୃଦୃଢ ହେବ। ଦେଶର ଅର୍ଥନୀତି ଆଗକୁ ଯିବ। ଅଳ୍ପ ଖର୍ଚ୍ଚରେ ନିର୍ବାଚନ ସମ୍ପାଦନ କରାଯାଇ ପାରିବ ସୂଚାର ରୂପେ। ଦେଶରେ ଲାଗୁହେବ କି ୱାନ୍ ନେସନ, ୱାନ ଇଲେକ୍ସନ ତା ଉପରେ ରହିଛି ସମସ୍ତଙ୍କ ନଜର।