ଓଡ଼ିଶା 365 (ବ୍ୟୁରୋ) :ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବ୍ୟବସ୍ଥା ଲାଗୁ କରାଯିବା ପ୍ରସଙ୍ଗରେ କେନ୍ଦ୍ର ସରକାର ଏକ ନିର୍ବାଚନ’ କମିଟି ଗଠନ କରିଛନ୍ତି । କମିଟିର ଅଧ୍ୟକ୍ଷ ପଦବୀ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କୁ ଦାୟିତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ସୂଚନା ଅନୁସାରେ, ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାର ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବିଲ୍ ଆଗତ କରିପାରନ୍ତି ବୋଲି ଜଣାପଡ଼ିଛି । ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବ୍ୟବସ୍ଥା ହେଉଛି ସମଗ୍ର ଦେଶରେ ଏକ ସମୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ସମ୍ପନ୍ନ କରାଯିବା। ବର୍ତ୍ତମାନ ଦେଶରେ ପୃଥକ୍ ଭାବେ ବିଧାନସଭା ଓ ଲୋକସଭା ନିର୍ବାଚନ କରାଯାଉଛି। କିନ୍ତୁ, ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ପ୍ରଚଳନ କଲେ ନିର୍ବାଚନ ଖର୍ଚ୍ଚ କମିଯିବ ବୋଲି ଏହାର ସମର୍ଥକମାନେ କହୁଛନ୍ତି।