ଓଡ଼ିଶା 365 (ବ୍ୟୁରୋ) : ଶରୀରର ଏକ ଅଭିନ୍ନ ଅଙ୍ଗ ହେଉଛି ଦାନ୍ତ ଯାହା ସଫା ଦାନ୍ତ ଏବଂ ମଜଭୁତ ମାଢି ଦେଖିବାକୁ ସୁନ୍ଦର ଦେଖା ଯାଇଥାଏ । ଖାଲି ସେତିକି ନୁହେଁ ମାଢ଼ି ଦୁର୍ବଳ ହୋଇଗଲେ ଦାନ୍ତ ଦରଜ ହେବା ସହ ଖାଦ୍ୟ ଚୋବାଇବାରେ ଅସୁବିଧା ହୋଇଥାଏ । ଦାନ୍ତକୁ ମଜଭୁତ ରଖିବା ପାଇଁ ହେଲେ ଏଥିପାଇଁ ବିଶେଷ ଖାଦ୍ୟପେୟ ଉପରେ ଧ୍ୟାନ ରଖିବାକୁ ମଧ୍ୟ ପଡିଥାଏ । ଆସନ୍ତୁ ଜାଣିବା କଣ ଖାଇବା ଦ୍ୱାରା ଦାନ୍ତ ଓ ମାଢି ମଜଭୁତ ରହିଥାଏ ।
ମୂଳାକୁ ନିୟମିତ ସାଲାଡ ଭାବେ ଖାଇବା ଦ୍ୱାରା ଏଥିରେ ଥିବା ଭରପୁର କ୍ୟାଲସିୟମ୍ ଆମର ଦାନ୍ତ ଓ ମାଢ଼ି ମଜଭୁତ କରିବାରେ ସାହାଯ୍ୟ କରିଥାଏ । ମେଥିଦାନାକୁ କିଛି ସମୟ ଗରମ ପାଣିରେ ଫୁଟାଇ ଥଣ୍ଡା କରି ଏହି ପାଣିରେ କୁଳି କରନ୍ତୁ। ନିୟମିତ ଏପରି କଲେ ମାଢି ମଜଭୁତ ହେବା ସହ ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ବାଦାମକୁ ଭଲ ଭାବେ ଚୋବାଇ ଖାଇବା ଦ୍ବାରା ଦାନ୍ତ ମଜଭୁତ ରହିଥାଏ । ସେହିପରି ଡାଳିମ୍ୱ ଫୁଲର ଛେଲିକୁ ଶୁଖାଇ ଏହାକୁ ଗୁଣ୍ଡକରି ନିୟମିତ ମାଢ଼ିରେ ଲଗାନ୍ତ ଏହା ଫଳରେ ମାଢ଼ି ମଜଭୁତ ରହିଥାଏ ।