ଓଡ଼ିଶା 365 (ବ୍ୟୁରୋ) : ଆପଣ ଜାଣିଥିବେ ସାଧାରଣରେ ଯଦି କିଛି କଠିନ ପରିଶ୍ରମ କରାଯାଏ ତେବେ ଧଇଁସଇଁ ଲାଗିବା ସ୍ୱଭାବିକ କଥା । କିନ୍ତୁ ସାଧାରଣ କାମ କରି କିମ୍ୱା ଶିଡ଼ି ଚଢିବା ପରେ ଜଦି ଆପଣ ଧଇଁସଇଁ ହୋଇ ପଡୁଥାନ୍ତି ତେବେ ତାକୁ ଅଣଦେଖା କରନ୍ତୁ ନାହିଁ । ଲୋକଙ୍କ ଠାରୁ ଶୁଣିବାକୁ ମିଳିଥାଏ ଯେ ଶିଡ଼ି ଚଢିବା ସମୟରେ ନିଶ୍ୱାସ ନେବାରେ କଷ୍ଟ ହେଉଛି । ଏପରିକି କିଛି ଲୋକ ୨/୪ଟି ଶିଡ଼ି ଚଢ଼ିବା ପରେ ଏଭଳି ସମସ୍ୟା ଭୋଗୁଥିବା ଦେଖିବାକୁ ମିଳିଥାଏ । ଏହି ସମସ୍ୟା ବିଭିନ୍ନ ବୟସର ଲୋକଙ୍କଠାରେ ଦେଖାଦିଏ । ଏପରି ହେବାର ମୁଖ୍ୟ କାରଣ ହେଉଛି ପରିବର୍ତ୍ତିତ ଜୀବନଶୈଳୀ । ଯେଉଁ ଲୋକମାନେ ନିଜ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତି ନାହିଁ, ସେମାନେ ଏଭଳି ଦୁର୍ବଳ ଅନୁଭବ କରିଥାନ୍ତି । ଆଉ ଶିଡ଼ି ଚଢ଼ିବାରେ କଷ୍ଟ ଅନୁଭବ କରିଥାନ୍ତି । ତେବେ ଜାଣନ୍ତୁ ଏହିପରି ସମସ୍ୟାରୁ ଆପଣ କିପରି ମୁକ୍ତି ପାଇବେ ?
ମୁଖ୍ୟତ ଯେଉଁ ଲୋକଙ୍କ ଶରୀରରେ ପୋଷକ ତତ୍ତ୍ୱର ଅଭାବ ଥାଏ । ସେମାନଙ୍କଠାରେ ବେଶି ଏଭଳି ସମସ୍ୟା ଦେଖିବାକୁ ମିଳିଥାଏ । ତେଣୁ ନିଜ ଡାଏଟ୍ରେ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟକୁ ସାମିଲ୍ କରନ୍ତୁ ଯାହା ଶରୀରକୁ ଶକ୍ତି ଯୋଗାଇଥାଏ । ତେବେ ଶରୀର ଦୁର୍ବଳ ବା ଧଇଁସଇଁ ଭଲରେ ନ ଶୋଇବା ଯୋଗୁ ଏପରି ସମସ୍ୟା ଦେଖିବାକୁ ମିଳିଥାଏ । ବଢୁଥିବା ଓଜନ ମଧ୍ୟ ଏଭଳି ସମସ୍ୟାର ଅନ୍ୟତମ କାରଣ ହୋଇପାରେ । ମୋଟାପଣ ମଧ୍ୟ ଆପଣଙ୍କୁ ଶିଢ଼ି ଚଢ଼ିବାରେ ସମସ୍ୟା ସୃଷ୍ଟି କରିପାରେ । ନିୟମିତ ଯୋଗାସନ ଓ ବ୍ୟାୟାମ କରିବା ସହ ତୈଳଯୁକ୍ତ ଖାଦ୍ୟଠାରୁ ଦୂରେଇ ରହି ସବୁଜ ପନିପରିବାକୁ ଖାଦ୍ୟରେ ସାମିଲ୍ କରିବା ଉଚିତ୍ । ସକାଳୁ ଶୀଘ୍ର ଉଠିବାକୁ ଚେଷ୍ଟା କରନ୍ତୁ । ଅଧିକ ଡେରି ଯାଏ ଶୋଇବା ଯୋଗୁ ଏଭଳି ସମସ୍ୟା ମଧ୍ୟ ହୋଇପାରେ ।