ଓଡ଼ିଶା 365 (ବ୍ୟୁରୋ): ୱାର୍ଲଡ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିବାର ୫ଦିନ ପରେ ଜୁରିକ୍ ଡାଏମଣ୍ଡ ଲିଗରେ ବିଶ୍ୱ ଚାମ୍ପିୟନ ନୀରଜ ଚୋପ୍ରା ରୌପ୍ୟ ପଦକ ହାସଲ କରିଛନ୍ତି ।ମାତ୍ର ୧୫ସେଣ୍ଟିମିଟର ପାଇଁ ସ୍ୱର୍ଣ୍ଣ ପଦକ ଜିତିବାର ବଞ୍ଚିତ ହୋଇଥିଲେ। ସେ ନିଜର ଚତୁର୍ଥ ପ୍ରୟାସରେ ୮୫.୭୧ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ଚେକ୍ ରିପବ୍ଲିକର ଜାକୁବ୍ ଭାଲଡେଚ୍ ୮୫.୮୬ ମିଟର ସହ ସ୍ୱର୍ଣ୍ଣ, ଜର୍ମାନୀର ଜୁଲିଆନ୍ ଓ୍ବେବର ୮୫.୦୪ ମିଟର ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ନୀରଜଙ୍କ ପ୍ରଥମ ଥ୍ରୋ ୮୦.୭୯ ମିଟର ରହିଥିଲା।
ଏହାପରେ ତାଙ୍କର ପରବର୍ତ୍ତୀ ୨ଟି ଯାକ ଥୋ ଫାଉଲ୍ ହୋଇଥିଲା। ଫଳରେ ୩ ରାଉଣ୍ଡ ସୁଦ୍ଧା ସେ ପଞ୍ଚମ ସ୍ଥାନରେ ରହିଥିଲେ। ଚତୁର୍ଥ ପ୍ରୟାସରେ ନୀରଜ ୮୫.୨୨ମିଟର ଦୂର ଜାଭେଲିନ ଫିଙ୍ଗି ପଦକ ପକ୍କା କରିଥିଲେ। ପୁରୁଷ ଲଙ୍ଗଜମ୍ପ ଇଭେଣ୍ଟରେ ଭାରତର ମୂରଲୀ ଶ୍ରୀଶଙ୍କର ୭.୯୯ମିଟର ଦୂର ଜମ୍ପ ସହ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି। ସେ ନିଜର ପ୍ରଥମ ପ୍ରୟାସ ଏହି ଦୂରତା ଛୁଇଁଥିଲେ। ଭାରତକୁ ଗୋଟିଏ ପରେ ଗୋଟିଏ ପଦକ ଭେଟି ଦେଉଛନ୍ତି ସୁନା ପୁଅ ନୀରଜ।