ଓଡ଼ିଶା 365 (ବ୍ୟୁରୋ): ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ଏସିଆ କପରେ ଆରମ୍ଭରୁ ବିଜୟ ହାସଲ କରିଛି ଡିଫେଣ୍ଡିଂ ଚାମ୍ପିଅନ ଶ୍ରୀଲଙ୍କା । ଦଳ ପକ୍ଷରୁ ଶ୍ରୀଲଙ୍କା ୬୨, ସଦିରା ସମରବିକ୍ରମ ୫୪ ରନର ଆକର୍ଷଣୀୟ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ମଥିସା ପାଥିରନା ୩୨ରନ୍ ଦେଇ ୪ଓ୍ବିକେଟ୍ ନେଇ ପ୍ଲେୟାର ଅଫ ଦ ମ୍ୟାଚରେ ବିବେଚିତ ହୋଇଛନ୍ତି।
ଘରୋଇ ମାଟିରେ ବାଂଲାଦେଶ ବିପକ୍ଷରେ ଏସିଆ କପର ୨ୟ ମ୍ୟାଚରେ ୩୯ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ହାସଲ କରିଛି ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ସିଂହଳି ବୋଲରଙ୍କୁ ଉଚିତ୍ ମୁକାବିଲା କରି ନ ପାରି ୪୨.୪ ଓଭରରେ ୧୬୪ ରନରେ ଅଲଆଉଟ୍ ହୋଇଥିଲା । ବାଂଲାଦେଶ ପକ୍ଷରୁ ସାଣ୍ଡୋ ସର୍ବାଧିକ ୮୯ ରନ୍ କରିଥିଲେ। ସେପ୍ଟେମ୍ବର ୨ରେ ଭାରତ ତାର ପ୍ରଥମ ମୁକାବିଲା ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ।