ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ । ତାଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ । ଯେତେବେଳେ ବି କାର୍ୟ୍ୟ ଏବଂ ବ୍ୟକ୍ତିଗତ ଜୀବନ କଥା ଆସେ, ସମନ୍ନାଙ୍କ ସମ୍ପୂର୍ଣ୍ଣ ଧ୍ୟାନ କେବଳ ତାଙ୍କ କ୍ୟାରିୟର ଆଡକୁ ଥାଏ । ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ତମନ୍ନା ଏବଂ ଅଭିନେତା ବିଜୟଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହେଉଛି । କୁହାଯାଉଛି ଯେ ଏହି ଯୋଡି ଖୁବଶୀଘ୍ର ବିବାହ କରିପାରନ୍ତି ।
ହେଲେ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ଏକ ସାକ୍ଷାତ୍ କାରରେ ତମନ୍ନା କହିଛନ୍ତି ଯେ, ସେ ବିବାହରେ ବିଶ୍ୱାସ କରନ୍ତି ଏବଂ ସେ ଦିନେ କରିବେ । ହେଲେ ବର୍ତ୍ତମାନ ସେ ନିଜ କାମ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି । ଏବେ ବିଭିନ୍ନ ପ୍ରକାରର କାମକୁ ଉପଭୋଗ କରୁଛନ୍ତି ଏବଂ ସେ ବ୍ୟସ୍ତ ରହିବାକୁ ଭଲ ପାଆନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ପର୍ସନାଲ ଲାଇଫ୍ରେ ଯେଉଁ ଭଳି ଆଟେନସନ୍ ମିଳୁଛି । ସେଥିରେ ତାଙ୍କର କୌଣସି ଫରକ୍ ପଡେ ନାହିଁ । ସେପଟେ ତମନ୍ନା ନିକଟରେ ଦିଲ୍ଲୀର ବୁରାରୀ ମାମଲା ଉପରେ ଆଧାରିତ ଆଖରୀ ସଚ୍ ଧାରାବାହିକରେ କାମ କରୁଛନ୍ତି ।ଏଥିରେ କାମ କରି ସେ ବହୁତ ଖୁସି ବି ଅଛନ୍ତି ।