ଓଡ଼ିଶା 365 (ବ୍ୟୁରୋ) : ଶନିବାର ଲଞ୍ଚ ହେବାକୁ ଯାଉଛି ଆଦିତ୍ୟ-ଏଲ୍୧ ମିଶନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମିଶନ ଲରିବାକୁ ପ୍ରସ୍ତୁତ ଅଛି । ଆଜିଠାରୁ ଆଦିତ୍ୟ- ଏଲ୍୧ ଲଞ୍ଚ ପାଇଁ କାଉଣ୍ଟଡାଉନ ଆରମ୍ଭ ହେବ ବୋଲି ଇସ୍ରୋ ଚେୟାରମ୍ୟାନ ଏସ ସୋମନାଥ କହିଛନ୍ତି। ଇସ୍ରୋ ଚେୟାରମ୍ୟାନ କହିଛନ୍ତି, ଆଦିତ୍ୟ-ଏଲ୍୧ ଲଞ୍ଚ ପାଇଁ ଆମେ ପ୍ରସ୍ତୁତ । ଲଞ୍ଚ ରିହର୍ସାଲ ମଧ୍ୟ ସମାପ୍ତ ହୋଇଛ। ଆଦିତ୍ୟ-ଏଲ୍୧ ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ସହିତ ନିର୍ମିତ। ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ ଲାଗି ଆଦିତ୍ୟ-ଏଲ୍୧କୁ ସେପ୍ଟେମ୍ବର ୨ ପୂର୍ବାହ୍ନ ୧୧ଟା ୫୦ ମିନିଟ୍ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସ୍ପେସ୍ ପୋର୍ଟରୁ ମହାକାଶକୁ ଛଡ଼ାଯିବ। ଏହି ମହାକାଶ ଯାନ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଏଲ୍୧ (ସୂର୍ଯ୍ୟ-ପୃଥିବୀର ଲାଗ୍ରାଞ୍ଜ ପଏଣ୍ଟ)ରୁ ସୋଲାର ଓ୍ବିଣ୍ଡ୍ର ଅନୁଧ୍ୟାନ କରିବ। ସୂର୍ଯ୍ୟଙ୍କ ଉପରେ ଅନୁଧ୍ୟାନ କରିବାରେ ଏହା ଭାରତର ପ୍ରଥମ ସ୍ପେସ୍ ମିଶନ ହେବ।