ଓଡ଼ିଶା365(ବ୍ୟୁରୋ): ଇସ୍ରୋ ବୈଜ୍ଞାନିକ ଆଶିଷ ଲାମ୍ବା ଆକ୍ରମଣର ଶିକାର। ଅଫିସକୁ ଯାଉଥିବା ବେଳେ ଇସ୍ରୋର ଜଣେ ବୈଜ୍ଞାନିକଙ୍କୁ କର୍ଣ୍ଣାଟକର ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ଆକ୍ରମଣ କରିଥିବା ଜଣାଯାଇଛି। ଆଶିଷ ‘ଏକ୍ସ’ରେ ଭିଡିଓ ପୋଷ୍ଟ କରି ଘଟଣା ସମ୍ପର୍କରେ ଜଣାଇଛନ୍ତି। କାରର ଡ୍ୟାସବୋର୍ଡ କ୍ୟାମେରା ଦ୍ୱାରା କଏଦ ହୋଇଥିବା ଭିଡିଓ ଏବଂ ଫଟୋ ସେୟାର କରି ଆଶିଷ କହିଛନ୍ତି , ଅଗଷ୍ଟ ୨୯ରେ ବେଙ୍ଗାଲୁରୁର ପୁରୁଣା ବିମାନବନ୍ଦର ରୋଡରେ ନିର୍ମିତ ଏଚଏଏଲ ଅଣ୍ଡରପାସ୍ ନିକଟରେ ଏହି ଘଟଣା ଘଟିଥିଲା। ହେଲମେଟ ପିନ୍ଧିନଥିବା ସ୍କୁଟି ଆରୋହୀ ତାଙ୍କ କାର ଆଗକୁ ହଠାତ୍ ଆସିବାରୁ ଆଶିଷ ଗାଡ଼ିର ବ୍ରେକ ମାରିଥିଲେ। ଏହା ପରେ ସ୍କୁଟରରେ ଥିବା ଯୁବକ ଆଶିଷଙ୍କ ଗାଡ଼ି ଆଗରେ ସ୍କୁଟର ରଖି ଗାଳିଗୁଲଜ କରିଥିଲେ। ଏହା ପରେ ଆଶିଷ କିଛି ନକହିବାରୁ ସେ ରାଗରେ ଦୁଇ ଥର କାରର ଟାୟାରକୁ ଗୋଇଠା ମାରି ସେଠାରୁ ଚାଲି ଯାଇଥିଲେ।