ଓଡ଼ିଶା 365 (ବ୍ୟୁରୋ) : ପୁଣି ଚର୍ଚ୍ଚାରେ ଏଲନ ମସ୍କ । କାରଣ ଅଡିଓ ଓ ଭିଡିଓ କଲ ପାଇଁ ସର୍ବାଧିକ ଲୋକ ହ୍ୱାଟସପ୍ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । କଲ କରିବା ପାଇଁ ହ୍ୱାଟସପ ହେଉଛି ଏକ ଲୋକପ୍ରିୟ ଆପ୍ । ହେଲେ ଏଲନ୍ ମସ୍କ ଏବେ ହ୍ୱାଟସପ ଠାରୁ ଆଗକୁ ରହିବାକୁ ଚେଷ୍ଟା କରିଛନ୍ତି । ସେ ଏକ୍ସ ମାଧ୍ୟମରେ ଅଡିଓ ଓ ଭିଡିଓ କଲ କରାଯାଇପାରିବ ବୋଲି ଘୋଷଣା କରିଛନ୍ତି । ଏଲନ୍ ମସ୍କ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି କି, ଏବେ ଏକ୍ସ ମାଧ୍ୟମରେ ଲୋକମାନେ ଅଡିଓ ଓ ଭିଡିଓ କଲ କରିପାରିବେ । ଏହି ସୁବିଧା ଆଇଓଏସ, ଆଣ୍ଡ୍ରଏଡ, ମ୍ୟାକ୍ ଓ ପିସିରେ ଉପଲବ୍ଧ ହେବ । ଏନେଇ ଆପଣଙ୍କୁ କୌଣସି ମୋବାଇଲ ନମ୍ବରର ଆବଶ୍ୟକତା ପଡିବ ନାହିଁ । ଏହାଫଳରେ ଟ୍ୱିଟର ଗ୍ରାହକଙ୍କ ମନରେ ଖୁସିର ଳହରୀ ଖେଳିଯାଇଛି ।