ଓଡ଼ିଶା 365 (ବ୍ୟୁରୋ) : ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ । ଏହା ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖ ଯାଏଁ ଚାଲିବ । ଏଥିରେ ମୋଟି ୫ଟି ବୈଠକ ଅନୁଷ୍ଠିତ ହେବ। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟୁଇଟ କରି ସୂଚନା ଦେଇଛନ୍ତି । ପ୍ରହ୍ଲାଦ ଯୋଶୀ କହିଛନ୍ତି, ମୁଁ ଅମୃତ କାଳ ମଧ୍ୟରେ ସଂସଦରେ ଅର୍ଥପୂର୍ଣ୍ଣ ଆଲୋଚନା ଏବଂ ବିତର୍କକୁ ହେବ । ସେପଟେ ଅଧିବେଶନରେ ୧୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହେବ। ଏହି ବିଲ୍ ଯୋଗୁଁ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି ବୋଲି ଚର୍ଚ୍ଚା ହେବ ।