ଓଡ଼ିଶା 365 (ବ୍ୟୁରୋ): ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶେଷ ହୋଇଛି ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥ ସବ କମିଟି ବୈଠକ। ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଗତ ହୋଇଥିବା ବଜେଟ ପ୍ରାୟ ୮୦ ପ୍ରତିଶତ ଠିକ୍ ରହିଛି। ଶ୍ରୀମନ୍ଦିର ଭିତରେ ଗୋଟିଏ ଓ ବାହାରେ ତିନୋଟି ଦାନ ବାକ୍ସ ବସିବା ନେଇ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ଭିତରେ ମା ମହାଲକ୍ଷ୍ମୀଙ୍କ ମନ୍ଦିରରେ ଦାନବାକ୍ସ ବସିବା ନେଇ ନିଷ୍ପତ୍ତି ହୋଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି। ସେହିପରି ସହରରେ ଥିବା ଶ୍ରୀମନ୍ଦିର ଭକ୍ତ ନିବାସରେ ଟିଭି ଲାଗିବ। ରୋହିଣୀ କୁଣ୍ଡ ଓ ଗୁଣ୍ଡିଚା ମନ୍ଦିର ନିଲାମ ପାଇଁ ଖୁବଶୀଘ୍ର ଟେଣ୍ଡର ହେବାକୁ ଥିବାବେଳେ ଏଥିପାଇଁ ଏସଓପି ପ୍ରସ୍ତୁତ କରାଯିବ।
ତେବେ କର୍ମଚାରୀ ଅଭାବ ଓ ଅନ୍ୟାନ୍ୟ କାରଣରୁ ୟୁନିଫର୍ମ ପଲିସି ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ। ସେହିପରି ପରିମାଣିକ ଟିକେଟ ଦର୍ଶନ ପୁଣି ଥରେ ଆରମ୍ଭ ହେବ। ଏଥିପାଇଁ ମଧ୍ୟ ପ୍ରସ୍ତୁତ ହେବ ଏସଓପି।