ଓଡ଼ିଶା 365 (ବ୍ୟୁରୋ): ପରଲୋକରେ ଲାରିସା । ମାତ୍ର ୩୩ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି ଲାରିସା ବୋର୍ଗସ । ସୂଚନା ଅନୁଯାୟୀ, ବ୍ରାଜିଲର ଇନ୍ଫ୍ଲୁଏନ୍ସର ଲାରିସା ବୋର୍ଗସ ସମଗ୍ର ବିଶ୍ୱକୁ ଫିଟ୍ ରହିବାର ମନ୍ତ୍ର ଦେଉଥିଲେ। ଅଗଷ୍ଟ ୨୦ରେ ଗ୍ରାମାଡୋ ଯାଉଥିବା ସମୟରେ ସେ ହୃଦଘାତର ଶୀକାର ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ସମୟରେ ସେ କୋମାକୁ ଚାଲିଯାଇଥିଲେ। ଏତିକି ବେଳେ ସେ ପୁଣିଥରେ ହୃଦଘାତରେ ପୀଡିତ ହୋଇଥିଲେ । ଦ୍ବିତୀୟଥର ହୃତଘାତ ହେବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ସେପଟେ ସମଗ୍ର ବିଶ୍ୱକୁ ସବୁବେଳେ ଫିଟ୍ ରହିବାର ମନ୍ତ୍ର ଦେଉଦେଉ ନିଜେ କେମିତି ଏତେ କମ ବୟସରେ ଆରପାରିକୁ ଚାଲିଗଲେ ଏହାକୁ ବିଶ୍ୱାସ କରିପାରୁନାହାନ୍ତି ଫ୍ୟାନ୍ସ ମାନେ ।