ଓଡ଼ିଶା 365 (ବ୍ୟୁରୋ) : ଜାମ୍ମୁ-କାଶ୍ମୀରରେ ନିର୍ବାଚନକୁ ନେଇ ଆସିଛି ଏକ ବଡ଼ ଖବର । ଜମ୍ମୁ-କାଶ୍ମୀରରେ ଖୁବଶୀଘ୍ର ନିର୍ବାଚନ ହୋଇପାରେ ବୋଲି ଜଣାପଡ଼ିଛି । ସୁପ୍ରିମକୋର୍ଟରେ ଧାରା ୩୭୦ ଉପରେ ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ନିଜ ପକ୍ଷ ରଖିଛନ୍ତି । ଖୁବ ଶୀଘ୍ର ଜମ୍ମୁ କଶ୍ମୀରରେ ନିର୍ବାଚନ ଘୋଷଣା ହୋଇପାରିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷ ରଖି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି । ଜମ୍ମୁ କଶ୍ମୀରରେ ତିନୋଟି ନିର୍ବାଚନ ବାକି ଅଛି। ପ୍ରଥମ ପଞ୍ଚାୟତ ସ୍ତରୀୟ, ଏହାପରେ, ପୌର ନିର୍ବାଚନ ଓ ଏହାପରେ ବିଧାନସଭା ନିର୍ବାଚନ ହେବ ବୋଲି ସୁପ୍ରିମକୋର୍ଟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏଭଳି କହିଛନ୍ତି ।