ଓଡ଼ିଶା 365 (ବ୍ୟୁରୋ) : ଦିନକୁ ଦିନ ବଢୁଛି ମୋଦିଙ୍କ କେଜ୍ର । ପାଖେଇ ଆସୁଛି ଲୋକସଭା ନିର୍ବାଚନ । ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଆଗରେ ବିରୋଧୀ ଦଳର ନେତା କିଏ ? ଏହାକୁ ନେଇ ଏବେ ଚାରିଆଡେ ଚର୍ଚା । ରାହୁଲଙ୍କ ବଡ଼ ଫଟୋକୁ ନେଇ ବିରୋଧୀ ପ୍ରଶ୍ନ କରିଥିବା ବେଳେ ଆପ ଚାହୁଁଛି ଅରବିନ୍ଦ କେଜରିଓ୍ବାଲ ନେତା ହୁଅନ୍ତୁ । ବିରୋଧୀ ମେଂଟର ମିଟିଂରେ କଣ ବାହାରିବ ତାହାକୁ ନେଇ ପ୍ରଶ୍ନ । ନେତା ଆଉ ଆସନ ଭାଗବଂଟା ଭିତରେ ଫସିଯିବେନି ତ ବିରୋଧୀ ।
() କେବଳ ଭାରତ ନୁହେଁ ବିଶ୍ବର ଲୋକପ୍ରିୟ ନେତା ତାଲିକାରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଯାହା ବିରୋଧି ମେଣ୍ଟ ଆଇ.ଏନ.ଡି.ଆଇ.ଏ ପାଇଁ ପାଲଟିଛି ଚିନ୍ତାର କାରଣ । ବିରୋଧିଙ୍କ ମେଳି ପ୍ରଥମ ବୈଠକ ପାଟନା ପରେ ବାଙ୍ଗାଲୋର ତୃତୀୟ ୨ଦିନିଆ ମୁମ୍ବାଇ ବୈଠକ ଉପରେ ରହିଛି ସମସ୍ତଙ୍କ ନଜର। ମେଣ୍ଟରେ ୨୬ ବିରୋଧୀ ଦଳ ରହିଛନ୍ତି।
ତିନି ମହାବିକାଶ ଅଘାଡ଼ି ଦଳ କଂଗ୍ରେସ, ଏନସିପି ଓ ଶିବସେନା ଏହି ଦାୟିତ୍ୱ ତୁଲାଉଛନ୍ତି । ମେଣ୍ଟର ମୁଖ୍ୟ ଉଦ୍ଦେଶ୍ୟ ୨୦୨୪ରେ ମୋଦି ସରକାରଙ୍କୁ ହଟାଇବା,ମାତ୍ର ଏନେଇ ବିରୋଧି ଆରମ୍ଭ କଲେଣି ରଣନୀତି। ସେପଟେ ଇଣ୍ଡିଆ ମେଣ୍ଟରେ କିଏ ହେବ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ, ତାକୁ ନେଇ ଥମୁନି ଚର୍ଚ୍ଚା। ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ହୁଅନ୍ତୁ ବିରୋଧି ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ଦାବି କରୁଛନ୍ତି ଆପ୍ ନେତା। ଦିଲ୍ଲୀ ସେବା ସଂଶୋଧନ ବିଲ ଲୋକସଭା ଓ ରାଜ୍ୟସଭାରେ ଆଗତ କରି ଏନଡିଏ ସରକାରଙ୍କ ବିଜୟ, ବିରୋଧି ମେଳିକୁ ଦେଇଥିଲା ଝଟକା। ସାଧାରଣ ନିର୍ବାଚନକୁ ବର୍ଷେରୁ କମ ସମୟ ଥିବାବେଳେ ବିରୋଧି ମେଣ୍ଟର ପିଛାଛାଡୁନି ବିବାଦ। ସେପଟେ ସାସଂଦ ପଦ ରଦ୍ଦ ହେବା ପରେ ପ୍ରାଧାନମନ୍ତ୍ରୀ ରେସରୁ ହଟିଯାଇଥିବା ରାହୁଲ, ପୁଣି ଥରେ ସାସଂଦ ପଦଫେରି ପାଇବା ସହ ପ୍ରାଧାନମନ୍ତ୍ରୀ ପ୍ରାର୍ଥୀ ରେସରେ ରହିଛନ୍ତି, ଏହା ମଧ୍ୟରେ କଂଗ୍ରେସ ଦ୍ବାରା କରାଯାଇଥିବା ଏକ ଇନଷ୍ଟାଗ୍ରାମ ପୋଷ୍ଟ୍ ପାଇଁ ଉଦ୍ଧବ ଠାକ୍ରେଙ୍କ ଶିବସେନା ଦଳ ଅସନ୍ତୋଷ ପ୍ରକାଶ କରିଛି।
କଂଗ୍ରେସ ଦ୍ବାରା ସେୟାର କରାଯାଇଥିବା ଏକ ପୋଷ୍ଟରରେ ରାହୁଲ ଗାନ୍ଧିଙ୍କୁ ଇଣ୍ଡିଆ ମେଣ୍ଟର ନେତାଙ୍କ ମଧ୍ୟରେ ସବୁଠୁ ଆଗରେ ଦେଖିବାକୁ ମିଳିଛି। ମୁମ୍ବାଇରେ ପୁଣିଥରେ ବିରୋଧୀ ମେଳିଙ୍କୁ କଟାକ୍ଷ କରି ବିଜେପି ଏହାର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ପୋଷ୍ଟର ପୋଷ୍ଟ କରିଛି । ଏଥିରେ ପ୍ରଧାନମନ୍ତ୍ରୀଙ୍କୁ ‘ଟର୍ମିନେଟର’ ଲୁକ୍ରେ ଦେଖିବାକୁ ମିଳିଛି । ପୋଷ୍ଟରରେ ମୋଦିଙ୍କୁ ହଲିଉଡ୍ ଫିଲ୍ମ ‘ଟର୍ମିନେଟର’ ଚରିତ୍ର ଭାବେ ଦର୍ଶାଯାଇଛି । ମୋଦିଙ୍କୁ ଟର୍ମିନେଟର ରୂପେ ଦର୍ଶାଇ ଲେଖାଯାଇଛି, ‘୨୦୨୪, ଆଇ ୱିଲ୍ ବି ବ୍ୟାକ ଅର୍ଥାତ୍ ମୁଁ ଫେରିବି’ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ହଟାଇବା ପାଇଁ ଅଣବିଜେପି ଦଳଗୁଡ଼ିକ ଏକାଠି ହୋଇଥିବାବେଳେ ସେମାନଙ୍କ ଏହି ଉଦ୍ୟମକୁ କଟାକ୍ଷ କରି ଏଭଳି ପୋଷ୍ଟ୍ କରିଛି। ବିଜେପି ପୋଷ୍ଟ୍ କରିଥିବା ପୋଷ୍ଟରର କ୍ୟାପସନ୍ ରହିଛି ‘ବିରୋଧୀ ଭାବୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହରାଯାଇପାରିବ। ସ୍ବପ୍ନ ଦେଖିଚାଲ। ଟର୍ମିନେଟର ସର୍ବଦା ଜିତେ ବୋଲି କହିଛି ବିଜେପି ।