ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ବ୍ୟସ୍ତବହୁଳ ଜୀବନ ପାଇଁ ମଣିଷ ନିଜ ପାଇଁ ସମୟ ଦେବା ଭୁଲିଯାଉଛି । ଯେଉଁଥିପାଇଁ ଅନେକ ସମୟରେ ଆପଣଙ୍କ ଶରୀରକୁ ରୋଗ ପ୍ରବେଶ କରିଥାଏ । ଅସୁସ୍ଥ ଶରୀର ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଖାଦ୍ୟଶୈଳୀ । ଅଧିକାଂଶ ଲୋକ ବିଳମ୍ବିତ ରାତିରେ ଭାତ ଡାଲି ଖାଇଥାନ୍ତି । ଯେଉଁଥିପାଇଁ ହାଇ ୟୁରିକ୍ ଏସିଡ୍ ସମସ୍ୟାର ଶିକାର ହୋଇଥାନ୍ତି । ୟୁରିକ୍ ଏସିଡ୍ ଆମ ଶରୀରରେ ହେଉଥିବା ଏକ ବିଷାକ୍ତ ପଦାର୍ଥ। ଯାହା ପ୍ୟୁରିନ୍ ଡାଏଟର ବିପୁଳ ମାତ୍ରାରେ ଗ୍ରହଣ ହେତୁ ବଢ଼ିଯାଇଥାଏ ।
ଏହାସହ ଯଦି ପରିସ୍ରା ମାଧ୍ୟମରେ ଶରୀରରୁ ବାହାରୁଥିବା ଏହି ବର୍ଜ୍ୟବସ୍ତୁ ବାହାରକୁ ନବାହାରିପାରେ ତେବେ ଏହା ଅତ୍ୟନ୍ତ କ୍ଷତିକାରକ ବୋଲି ପ୍ରମାଣିତ ହୁଏ। ଏହା ଯୋଗୁ ପାଦ, ହାତ ଗଣ୍ଠି ଏବଂ ଆଙ୍ଗୁଠିରେ ବହୁତ ଯନ୍ତ୍ରଣା ଅନୁଭବ ହୋଇଥାଏ । ତେଣୁ ରାତ୍ରି ଭୋଜନରେ ଭାତ ଡାଲି ଖାଇବା ଉଚିତ୍ ନୁହେଁ।