ଓଡ଼ିଶା 365 (ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଦିଗପହଣ୍ଡିରେ ନିର୍ବାଚନୀ ଉତ୍ତେଜନା। ବ୍ଳକ ଅଧ୍ୟକ୍ଷ ଉପ ନିର୍ବାଚନକୁ କେନ୍ଦ୍ର କରି ବିଜେଡି ବିଜେଡି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦେଖାଦେଇଛି । ଉପ ନିର୍ବାଚନ ବାତିଲ ସୂଚନା ପାଇବା ପରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି । ଫଳରେ ଦାଣ୍ଡରେ ପଡିଛି ହାଟରେ ଗଡ଼ୁଛି ବିଜେଡିର ଗୋଷ୍ଠୀ କନ୍ଦଳ । ପୁର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କ ସମର୍ଥକମାନେ ବ୍ୟାରିକେଟ୍ ଭାଙ୍ଗି କାର୍ଯ୍ଯାଳୟକୁ ଧସେଇ ପସିବାକୁ ଉଦ୍ଯମ କରିବା ସହ ରାସ୍ତା ଅବରୋଧ କରିଛନ୍ତି।
ସୂଚନାଯୋଗ୍ୟ, ଆଜି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ପଦବୀ ନିର୍ବାଚନ ହେବାର କାର୍ଯ୍ୟକ୍ରମ ଥିଲା । ମୋଟ ୨୫ଟି ପଞ୍ଚାୟତର ୨୫ ଜଣ ସମିତି ସଭ୍ୟ ଅଧ୍ୟକ୍ଷ ଚୟନ ପାଇଁ ମତଦାନ କରିଥାନ୍ତେ । ହେଲେ ଶେଷ ସମୟରେ ଏହିନିର୍ବାଚନକୁ ବନ୍ଦ ରଖାଯାଇଛି । ଏହା ଜାଣିବା ପରେ ଅଧ୍ୟକ୍ଷ ଉପନିର୍ବାଚନ ବାତିଲ ହେବା ଜାଣିବା ପରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କ ସମର୍ଥକମାନେ ଧାରଣାରେ ବସିଥିଲେ । ଶତାଧିକ ବିଜେଡି କର୍ମୀ ପ୍ରତିବାଦ କରି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ବିପିନଙ୍କ ଗୋଷ୍ଠୀ ଅଭିଯୋଗ କରିଥିଲେ ଯେ, ବିଧାୟକ ସୂର୍ଯ୍ୟ ପ୍ରାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କ ଗୋଷ୍ଠୀ ହାରିବା ଭୟରେ ନିର୍ବାଚନ ବନ୍ଦ କରି ଦେଇଛନ୍ତି । ସୂର୍ଯ୍ୟ ପାତ୍ରଙ୍କ ଅସୁସ୍ଥତା ପରେ ବିଜେଡିରେ ଦୁଇ ଗୋଷ୍ଠୀ ହୋଇଥିବା ଦେଖିବାକୁ ମିଳିଛି।