ଓଡ଼ିଶା 365 (ବ୍ୟୁରୋ): ଇତିହାସ ରଚିଲେ ଭାରତର କଣ୍ଟେଣ୍ଟ କ୍ଵିନ୍ ତଥା ଟେଲିଭିଜନ୍ ପ୍ରଡକ୍ସନ ପାୱାରହାଉସ୍ ବାଲାଜୀ ଟେଲିଫିଲ୍ମର ସହ-ପ୍ରତିଷ୍ଠାତା ଏକତା ଆର କପୁର । ସୂଚନା ଅନୁଯାୟୀ, ବର୍ତ୍ତମାନ ତାଙ୍କୁ ‘୨୦୨୩ର ଆନ୍ତର୍ଜାତୀୟ ଏମି ଡାଏରେକ୍ଟୋରେଟ୍ ଆୱାର୍ଡ’ ମିଳିବାକୁ ଯାଉଛି । ସେପଟେ ଆନ୍ତର୍ଜାତୀୟ ଏକାଡେମୀ ଅଫ୍ ଟେଲିଭିଜନ ଆର୍ଟ ଆଣ୍ଡ ସାଇନ୍ସର ସଭାପତି ଅର୍ଥାତ୍ ସିଇଓ ବ୍ରୁସ୍ ଏଲ୍ ପଏସନରଙ୍କ ଦ୍ଵାରା ଏହି ଆୱାର୍ଡ ଘୋଷଣା କରାଯାଇଛି । ଏହି ସମ୍ମାନ ପାଇବାରେ ପ୍ରଥମ ଭାରତୀୟ ମହିଳା ସାଜିବେ ଏକତା କପୁର । ୨୦୨୩ ନଭେମ୍ବର ୨୦ ସୋମବାର ଦିନ ନ୍ୟୁୟର୍କ ସହରରେ ୫୧ ତମ ଆନ୍ତର୍ଜାତୀୟ ଏମି ପୁରସ୍କାର ଗାଲାରେ ଏକତା କପୁରଙ୍କୁ ଏହି ଆୱାର୍ଡ ପ୍ରଦାନ କରାଯିବ।
ଏହାସହ ପଏସନର କହିଛନ୍ତି ଯେ, “ଏକତା କପୁର ବାଲାଜୀଙ୍କୁ ଟେଲିଭିଜନ କଣ୍ଟେଣ୍ଟ ଇଣ୍ଡଷ୍ଟ୍ରି ମାର୍କେଟର ନେତୃତ୍ୱ ସହ ଭାରତର ଏକ ପ୍ରମୁଖ ମନୋରଞ୍ଜନ ଖେଳାଳିରେ ପରିଣତ କରିଛନ୍ତି ଏବଂ ଏହାର ଦୀର୍ଘ ଦିନର ସିରିଜ୍ ଏବଂ ଙଞଞ ପ୍ଲାଟଫର୍ମ ସହିତ ଭାରତ ଏବଂ ଦକ୍ଷିଣ ଏସିଆରେ ଏକ ବିରାଟ ଅନୁସରଣ ସୃଷ୍ଟି କରିଛି। ” ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମର ଡାଏରେକ୍ଟୋରେଟ୍ ପୁରସ୍କାର ସହିତ ଟେଲିଭିଜନ ଶିଳ୍ପ ଉପରେ ତାଙ୍କର ଉଲ୍ଲେଖନୀୟ କ୍ୟାରିୟର ଏବଂ ପ୍ରଭାବକୁ ସମ୍ମାନିତ କରିବାକୁ ଆମେ ଆଗ୍ରହୀ ଅଟୁ। ତାଙ୍କର ପରିଶ୍ରମ ଓ ଦକ୍ଷତା ପାଇଁ ଆମେ ତାଙ୍କୁ ଏହି ଆୱାର୍ଡଟି ପ୍ରଦାନ କରୁଛୁ ।
ଖବର ମୁତାବକ, ବାଲାଜୀ ବ୍ୟାନରରେ ଏକତା ୧୭,୦୦୦ ଘଣ୍ଟାରୁ ଅଧିକ ଟେଲିଭିଜନ ଏବଂ ୪୫ ଟି ଫିଲ୍ମ ପ୍ରଡ୍ୟୁସ୍ ଏବଂ କ୍ରିଏଟ୍ କରିଛନ୍ତି । ଦେଶର ପ୍ରଥମ ଭାରତୀୟ OTT ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ, ALTBALAJI ଲଞ୍ଚ କରିଛନ୍ତି। ସେ ଅନେକ ପୁରଷ୍କାର ଜିତିସାରିଥିବାବେଳେ ଏହି ଆୱାର୍ଡ ତାଙ୍କ ପାଇଁ ସବୁଠୁ ଶ୍ରେଷ୍ଠ ସମ୍ମାନ ହେବ ।