ଓଡ଼ିଶା365(ବ୍ୟୁରୋ): ସାମାଜିକ ଗଣମାଧ୍ୟମରେ ‘ଫିଟ୍ନେସ୍ ଇନ୍ଫ୍ଲୁଏନ୍ସ୍ର୍’ ଭାବେ ଲୋକପ୍ରିୟ ବ୍ରାଜିଲ୍ର ଲାରିସା ବଗେସ୍ଙ୍କ ମୃତ୍ୟୁ ।‘ଡବଲ୍’ ହୃଦ୍ଘାତରେ ଲାରିସାଙ୍କ ମୃତ୍ୟୁ ହୋଇଥିବା ‘ନ୍ୟୁୟର୍କ ପୋଷ୍ଟ୍’ ରିପୋର୍ଟ କରିଛି। ଡାକ୍ତରଖାନାରେ ଗୋଟିଏ ସପ୍ତାହ ରହିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ। ମୃତ୍ୟୁ ବେଳକୁ ତାଙ୍କୁ ୩୩ ବର୍ଷ ବୟସ ହୋଇଥିଲା। ତାଙ୍କ ‘ଇନ୍ଷ୍ଟାଗ୍ରାମ୍ ପେଜ୍’ରେ ପରିବାର ଲୋକେ ତାଙ୍କ ମୃତ୍ୟୁ ନେଇ ମଧ୍ୟ ସୁନିଶ୍ଚିତ କରିଛନ୍ତି। ଜୀବନ ବଞ୍ଚାଇବା ପାଇଁ ସେ ସାହସର ସହିତ ସଂଗ୍ରାମ କରିଥିଲେ ବୋଲି ତାଙ୍କ ପରିବାର ଲୋକ କହିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗ୍ରାମାଡୋ ବୁଲି ଯାଇଥିବା ବେଳେ ହୃଦ୍ଘାତର ଶୀକାର ହୋଇଥିଲେ। ଅଗଷ୍ଟ ୨୦ ତାରିଖରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତା’ପରେ ସେ ‘କୋମା’ ଅବସ୍ଥାକୁ ଚାଲିଯାଇଥିଲେ। ପରେ ଦ୍ବିତୀୟ ଥର ହୃଦ୍ଘାତ ହେବା ସହ ତାଙ୍କର ମୃତ୍ୟୁ ହୋଇଥିଲା। ‘ଇନ୍ଷ୍ଟାଗ୍ରାମ୍’ରେ ତାଙ୍କର ୩୦ ହଜାରରୁ ଅଧିକ ଅନୁଗାମୀ ଅଛନ୍ତି।