ଓଡ଼ିଶା 365 (ବ୍ୟୁରୋ): ବିଶ୍ବାସ ଓ ଭରଷାର ପର୍ବ ରାକ୍ଷୀ। ଏହି ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀଟିଏ ମଙ୍ଗଳ ମନାସି ଭାଇ ହାତରେ ବାନ୍ଧେ ଦିଏ ରାକ୍ଷୀ, ସ୍ନେହ ଓ ସୁରକ୍ଷାର ଅଳି କରେ। ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରେ । ଭଉଣୀର ରାକ୍ଷୀ ବଦଳରେ ଭାଇ ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ ,ତାର ସୁଖ ଦୁଖଃରେ ସାଥି ହୋଇଥାଏ। ଛୋଟ ଠାରୁ ବୟସ୍କ ସଭିଏଁ ଏହି ପର୍ବକୁ ଚାତକ ଭଳି ଚାହିଁ ରହିଥାନ୍ତି । ବର୍ଷ ତମାମ ଭାଇଭଉଣୀ ଭିତରେ ଯେତେ ଝଗଡା ଲାଗିଥାଉ ପଛେ ହେଲେ ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀଟିଏ ସବୁ ରାଗ ହିସାଂକୁ ଭୁଲି ଭାଇ ହାତରେ ବାନ୍ଧିଦିଏ ସେନେହର ଡ଼ୋରି ।
ଏହି ପବିତ୍ର ଦିନରେ ଆଜି ବି ଅନେକ ଭଉଣୀଙ୍କ ଆଖିରୁ ଲୁହ ଝରୁଛି । କିଏ ନିଜ ଭାଇକୁ ମନେ ପକାଇ ବାହୁନି ବାହୁନି କାନ୍ଦୁଛି ତ ଆଉ କିଏ ଆଜି ବି ଭାଇର ଫେରିବା ବାଟକୁ ଚାହିଁ ରହିଛି । ଠିକ୍ ସେହିପରି ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂ କ୍ରିତି ମଧ୍ୟ ତାଙ୍କ ଭାଇଙ୍କୁ ମନେ ପକାଇଛନ୍ତି। ଏଭଳି ପରିସ୍ଥିତିରେ ଶ୍ୱେତା ସୋସିଆଲ ମିଡିଆରେ ତାଙ୍କ ପ୍ରିୟ ସାନଭାଇଙ୍କୁ ମନେ ପକାଇ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ଶ୍ୱେତା ତାଙ୍କ ଭାଇଙ୍କ ସହ ରକ୍ଷାବନ୍ଧନରେ ବିତାଇଥିବା ମୂହୁର୍ତ୍ତଗୁଡ଼ିକୁ କଏଦ କରିଛନ୍ତି। ଏହା ସହିତ ସେ ଏକ ସୁନ୍ଦର ବାର୍ତ୍ତା ଲେଖିଛନ୍ତି, ‘ବେଳେବେଳେ ଦେଖାଯାଏ ତୁମେ କୌଣସି ସ୍ଥାନକୁ ଯାଇ ନାହଁ, ତୁମେ ଏଠାରେ ଅଛ। ବେଳେବେଳେ ମୁଁ ଅନୁଭବ କରେ ଯେ ବର୍ତ୍ତମାନ ମୁଁ ତୁମକୁ କେବେବି ଦେଖି ପାରିବି ନାହିଁ, ମୁଁ ତୁମ ସହିତ କଦାପି କଥାବାର୍ତ୍ତା କରିବାକୁ ସମର୍ଥ ହେବି ନାହିଁ । ମୁଁ ତୁମର ହସ, ତୁମର ସ୍ୱର କେବେବି ଶୁଣି ପାରିବି ନାହିଁ । ହେଲେ ତୁମକୁ ହରାଇବାର କାହା ସହିତ ବାଣ୍ଟିବାକୁ ଚାହେଁ କିନ୍ତୁ କରିପାରୁ ନାହିଁ । ମୋ ହୃଦୟର ଅତି ନିକଟତର ତୁମେ, ଏହାକୁ ମୁଁ ଶବ୍ଦରେ ପ୍ରକାଶ କରି ପାରିବି ନାହିଁ।
ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଦିନକୁ ଦିନ ଯନ୍ତ୍ରଣା ଅଧିକ ବଢୁଛି, ଏକମାତ୍ର ସମାଧାନ ହେଉଛନ୍ତି ଭଗବାନ। ଭାଇ ତୁମେ ମୋତେ ଶୀଘ୍ର ଦେଖା କର, ହାତ ଏକ ରାକ୍ଷୀ ବାନ୍ଧୁଛି ଏବଂ ପ୍ରାର୍ଥନା କରୁଛି ଯେ ତୁମେ ଯେଉଁଠାରେ ଥାଅ, ଶାନ୍ତି ଏବଂ ଆନନ୍ଦରେ ରୁହ ।