ଓଡ଼ିଶା 365 (ବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୮୦ ପ୍ରତିଶତ ଭାରତୀୟ ପସନ୍ଦ କରନ୍ତି । ୮୦ ପ୍ରତିଶତ ଭାରତୀୟ ମୋଦିଙ୍କୁ ଭଲ ପାଆନ୍ତି । ପିୟୁ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏଭଳି ଉଲ୍ଲେଖ କରାଯାଇଛି । ସର୍ଭେରେ ଭାଗ ନେଇଥିବା ପ୍ରତି ୧୦ ଜଣରୁ ୮ ଜଣ ମୋଦୀଙ୍କ ସପକ୍ଷରେ ମତ ଦେଇଛନ୍ତି । ଅନ୍ୟପଟେ କେବଳ ୨୦ ପ୍ରତିଶତ ଲୋକ ମୋଦୀଙ୍କ ସଂପର୍କରେ ନକାରାତ୍ମକ ମତ ଦେଇଛନ୍ତି ବୋଲି ଏହି ସର୍ଭେରୁ ଜଣାପଡ଼ିଛି । ନୂଆଦିଲ୍ଲୀରେ ଆସନ୍ତାମାସରେ ଜି-୨୦ ଶୀର୍ଷ ସମ୍ମିଳନୀ ହେବାକୁ ଯାଉଥିବାବେଳେ ପିୟୁ ରିସର୍ଚ୍ଚ ପକ୍ଷରୁ ଏଭଳି ରିପୋର୍ଟ ପ୍ରକାଶ ପାଇଛି ।